ଡ୍ୟାନ୍ସ ବ୍ୟାରକୁ ଅନୁମତି: ବାର୍‌ରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ

191

ଭୁବନେଶ୍ୱର୧୩/୦୫: ରାଜଧାନୀରେ ଡ୍ୟାନ୍ସ ବ୍ୟାରକୁ ଅନୁମତି ମିଳିବା ପରେ ଘଟିଛି ଜଘନ୍ୟକାଣ୍ଡ । ଗତକାଲି ବାର ଖୋଲୁ ଖୋଲୁ ନଜର ଆସିଛି ଅଭାବନୀୟ ଘଟଣା । ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଚନ୍ଦ୍ରଶେଖରପୁର ସ୍ଥିତି ଏମ୍ବାସି ବାର୍ ରେ ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିବା ହୋଇଛି ଅଭିଯୋଗ । ତେବେ ଯୁବତୀଙ୍କୁ ବେହୋସ ଅବସ୍ଥାରେ ଦୁଷ୍କର୍ମ କରାଯାଇଛି । ହେଲେ କଳେ ବଳେ କୌଶଳେ ଯୁବକଙ୍କ କବଳରୁ ଖସିଆସି ପାହାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସେପଟେ କିନ୍ତୁ ଅଭିଯୁକ୍ତ କିଶନ ଅଗ୍ରୱାଲଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.