ମୁମ୍ବାଇ: ମହାଭାରତର ଭୀଷ୍ମ ମୁକେଶ ଖନ୍ନା ନିଜ ନାଁରେ ଶୋ’ ଆରମ୍ଭ କଲେ । ‘ଦ କପିଲ ଶର୍ମା ଶୋ’କୁ ଚ୍ୟାଲେଞ୍ଜ କରି ‘ଦ ମୁକେଶ ଖନ୍ନା ଶୋ’ ଆରମ୍ଭ କରିଛନ୍ତି ମହାଭାରତର ଭୀଷ୍ମ ଭୂମିକାରେ ନଜର ଆସିଥିବା ମୁକେଶ । ଏହି ଶୋ’ ଜରିଆରେ ସେ ଲୋକପ୍ରିୟ ଟିଭି ଧାରାବାହିକ ମହାଭାରତର ଅନୁଭୂତି ବଖାଣିବେ। କେବଳ ସେତିକି ନୁହେଁ, ଏହି ଶୋ’ରେ ମହାଭାରତରେ କାମ କରିଥିବା କଳାକାରମାନେ ମଧ୍ୟ ଅତିଥି ରୂପେ ଯୋଗ ଦେବେ। ଶୁଟିଂ ବେଳେ ନିଜ ନିଜର ଅନୁଭୂତି କିଭଳି ଥିଲା, ତାହା କହିବେ। ଏହି ଶୋ’ରେ ‘ମହାଭାରତ’ର ଦୁର୍ଯ୍ୟୋଧନ ଭୂମିକାରେ ନଜର ଆସିଥିବା ପୁନିତ ହସରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ, କିଛି ଦିନ ତଳେ ’ମହାଭାରତ’ର ଏକ ଟିମ୍ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଏଥିରେ କିନ୍ତୁ ମୁକେଶ ଖନ୍ନା ଯୋଗ ଦେବାକୁ ମନା କରି ଦେଇଥିଲେ । କପିଲ ଶର୍ମା ଶୋ’ ଏକ ଅଶ୍ଲୀଳ ଶୋ’। ଏଥିରେ ଅସଦାଚରଣର ସୀମା ଟପି ଯାଉଛି। ଏଥିଯୋଗୁଁ ମୁଁ ଏଥିରେ ଯୋଗ ଦେବାକୁ ଚାହୁଁନି ବୋଲି ସେ କହିଥିଲେ। ମୁକେଶଙ୍କ ଏହି ମନ୍ତବ୍ୟକୁ ନେଇ ବି-ଟାଉନ ଠାରୁ ଆରମ୍ଭ କରି ସୋଶାଲ ମିଡିଆ, ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ଏବେ ମୁକେଶ ଖନ୍ନା କପିଲ ଶର୍ମ ଶୋ’କୁ ଚ୍ୟାଲେଞ୍ଜ କରି ଏବଂ ତାଙ୍କ ଟାଇଟଲକୁ ମେଳ ଖାଉଥିବା ନିଜ ନାଁର ଶୋ’କୁ ଲଞ୍ଚ୍ କରିଛନ୍ତି। ସେ କହିଛନ୍ତି, ମୁଁ ଜାଣିଶୁଣି ମୋର ଏହି ଶୋ’ର ନାଁ ମୁକେଶ ଖନ୍ନା ଶୋ’ ରଖିଛି। ମୋ ପ୍ରଶଂସକମାନ ଏଭଳି ଏକ ଶୋ’ରେ ମୋର ଅନୁପସ୍ଥିତିକୁ ମିସ୍ କରିଥିଲେ। ତେଣୁ ସେମାନଙ୍କ ପାଇଁ ମୁଁ ଏହି ଶୋ’ ଆରମ୍ଭ କରିଛି ବୋଲି ମୁକେଶ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.