ଭୁବନେଶ୍ୱର, ୧୧ା୬: ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ବସିଥିବା ଘରୋଇ ବସ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ସଂଘର ସଭାପତି । ୯ ଦଫା ଦାବିକୁ ନେଇ ସଂଘ ଏଭଳି ଧମକ ଦେଇଛି । ବସ୍ର ପରମିଟ୍ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନକରିବା, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା, କୋଭିଡ୍ ସମୟରେ ବସ୍ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା
ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲଟ୍ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଯଦି ଜୁନ୍ ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନକରନ୍ତି, ତେବେ ରାଜ୍ୟର ୧୪ ହଜାର ଘରୋଇ ବସ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ଜୁଲାଇ ୧ରୁ ଅଖଚକ ବନ୍ଦ କରିବ ବୋଲି ସଂଘ ସଭାପତି ଚେତାବନୀ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post