ରିଲିଜ ହୋଇଛି ଫିଲ୍ମ ‘ସାବାସ ମିଥୁ ‘ ର ଟ୍ରେଲର, ଜବରଦସ୍ତ ଭୂମିକାରେ ନଜର ଆସିଛନ୍ତି ତାପସୀ ପନନୁ

161

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ କପ୍ତାନ ମିତାଲି ରାଜଙ୍କୁ ଦେଶ ବିଦେଶରେ ସମସ୍ତେ ଜଣିଥିବା ବେଳେ ତାଙ୍କ ରିୟଲ ଲାଇଫ ବିଷୟରେ ସମସ୍ତେ ଅବଗତ ନୁହନ୍ତି । କିନ୍ତୁ ଏବେ ମିତାଲି ରାଜଙ୍କ କାହାଣି ସମସ୍ତେ ଜାଣିବେ । କୁବ ଶୀଘ୍ର ତାଙ୍କ କାହାଣି ଓଏକ ଫିଲ୍ମ ଜରୀଆରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟାଇଟଲ ‘ସାବାସ ମିଥୁ’ ରଖାଯାଇଥିବୋ ବେଳେ ଏଥିରେ ମୁଖ୍ୟ ଭୂନିକାରେ ନଜର ଆସିଛନ୍ତି ଅଭିନେତ୍ରୀ ତାପସୀ ପନନୁ । ଏଥିରେ ତାପସି ପନନୁଙ୍କୁ ମିଥାଲି ରାଜଙ୍କ ଭୂମିକାରେ ନଜର ଆସିଛନ୍ତି । ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ରୁ ଜଣାଯାଉଛି ଯେ, ଫିଲ୍ମରେ ମିଥାଲିଙ୍କ ଛୋଟ ବେଳରୁ ବଡ ହୋଇ କ୍ରିକେଟର ହେବା ପର୍ଯନ୍ତ ସମସ୍ତ କାହାଣି ଦର୍ଶାଯାଇଛି ।
ଟ୍ରେଲର ଟି ବହୁତ ଜବରଦସ୍ତ ହୋଇଥିବା ବେଳେ ଏଥିରେ ତାପସି ପନନୁ ଙ୍କ ଅଭିନୟ ବେଶ୍ ଆକର୍ଷଣିୟ ହୋଇଛି । କାହାଣି ବିଷୟରେ କହିବାକୁ ଗଲେ ମିଥାଲି ଯେତେବେଳେ କ୍ରିକେଟର ହେବାକୁ ସ୍ୱପ୍ନ ଦେଖିଥିଲେ ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା । ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ଯେଉଁଥିପାଇଁ କି ମିଥାଲି ଭାରତୀୟ କ୍ରିକେଟ ଦଳକୁ ଏକ ଭିନ୍ନ ପରିଚୟ ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ ଦର୍ଶକ ଅନେକ କ୍ରିଖେଟରଙ୍କ କାହାଣି ଦେଖିଥିବା ବେଳେ ବର୍ତମାନ ଜଣେ ମହିଳା କ୍ରିକେଟରଙ୍କ କାହାଣି ଦେଖିବେ । ଫିଲ୍ମଟି ଜୁଲାଇ ୧୫ ତାରିଖରେ ରିଲିଜ ହେବ ।

Leave A Reply

Your email address will not be published.