ପୁରୀ ମନ୍ଦିରର ଅବ୍ୟବସ୍ଥା ସହିତ ଭଜନ ସଙ୍ଗୀତରେ ମଜିଛନ୍ତି ବିଧାୟକ
ପୁରୀ ଏମଏଲଏ ଜୟନ୍ତ କୁମାର ସରଙ୍ଗିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଜୁରୀ ବଡ ଦାଣ୍ଡରେ ଭଜନ କିର୍ତନ କରି ମାଡି ଚାଲ ମାଡି ଚାଲ କହି କହି ଶ୍ରୀମନ୍ଦିରକୁ ଯାଉଛନ୍ତି । ତାଙ୍କ ପ୍ରତିକ୍ରିୟା ଅନୁସାରେ କରୋନା ମହାମାରୀ ଯୋଗୁଁ ରଥ ଯାତ୍ରା ଠିକ୍ ଭାବେ ପାଳନ କରାଯାଇ ନଥିଲା, କିନ୍ତୁ ଚଚିତ ବର୍ଷ ଏହାକୁ ସଠିକ୍ ଭାବେ କିପରି ପାଳନ କରାଯିବ ସେଥିପାଇଁ ଅଧିଳ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଏଥି ସହିତ ଏକ ଭଜନ ଗୀତ ମଧ୍ୟ ରଚନା କରାଯାଇଥିବା କଥା ସେ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି କି ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଏହି ବର୍ଷ ରଥ ଯାତ୍ରା ପାଳନ କରାଯିବ ତାହା ଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଛି ଏବଂ ଏନେଇ ବିଧାୟକ ଜୟନ୍ତ କୁମାର ସରଙ୍ଗି ବେଶ୍ ଉତ୍ସାହିତ ଥିବାର ଜଣାଯାଇଛି । କିନ୍ତୁ ନିର୍ବାଚନର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ସେ ବିଧାୟକ ଭାବେ ନିଜର କର୍ତବ୍ୟ ପାଳନ କରିଛନ୍ତି କି ନାହିଁ ଏହା ଏକ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ତିନି ବର୍ଷର ଅସଫଳ ରାଜନୀତି ରେ ଲୋକମାନଙ୍କ ଦୁଖଃ ନବୁଝି ଲୋକଙ୍କ ସେବା ନକରି ସେ ବଡ ଦାଣ୍ଡରେ ଭଜନ କିର୍ତନ ରେ ମଜିଛନ୍ତି, ଲୋକଙ୍କୁ ରଥ ଯାତ୍ରା ପାଇଁ ଉତ୍ସାହିତ କରୁଛନ୍ତି । କିନ୍ତୁ ରଥ ଯାତ୍ରା ନିମନ୍ତେ ପର୍ଯଟ୍ଟକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇପାରିଛି କି ନାହିଁ ତାହା ଏ ପର୍ଯନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହି ସମୟରେ ସେ ଭଜନ କିର୍ତନ ରେ ବୁଡି ରହିବା ଆବଶ୍ୟକ ନା ପୁରୀ ଅଂଚଳର ପାନୀୟ ଜଳର ବ୍ୟବସ୍ଥା, ଯାତାୟତ ସମସ୍ୟାକୁ ଦୂରୀଭୂତ କରିବା ଆବଶ୍ୟକ ସେହି ପ୍ରଶ୍ନ ବର୍ତମାନ ସାମ୍ନାରେ ଆସି ଛିଡା ହୋଇଛି । ଯଦି କିଛି ଉର୍ଣ୍ଣତିମୂଳକ ପଦକ୍ଷେପ ନିଆଯାଇ ନାହିଁ ତବେ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରି ଏହି ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ।