କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ଦାବି – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ

225

ଭୁବନେଶ୍ୱର – କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନେଇ ବିଜେପିର ଯୁବ ନେତା ତଥା ପାର୍ଟିର ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟାଙ୍କୁ ନୂଆଦିଲ୍ଲୀର ନିର୍ମାଣ ଭବନ ସ୍ଥିତ ତାଙ୍କ ମନ୍ତ୍ରଣାଳୟ ଠାରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନା ନେଇ ଏକ ସ୍ମାରକ ପତ୍ର ମନ୍ତ୍ରୀ ଶ୍ରୀ ମଣ୍ଡାଭିୟାଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ମଣ୍ଡାଭିୟା ଏହି ଦାବିକୁ ସହୃଦୟତାର ସହ ଗ୍ରହଣ କରି ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି ।

ସେହିପରି ଶ୍ରୀ ପଟ୍ଟନାୟକ ଏହି ସମାନ ଦାବି ନେଇ ଅନ୍ୟ ଏକ ଦାବିପତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡାଃ. ଭାରତୀ ପ୍ରଭିନ ପାୱାର ଙ୍କୁ ସାକ୍ଷାତ କରି ପ୍ରଦାନ କରିଛନ୍ତି । ସେ ମଧ୍ୟ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏଥି ପାଇଁ ଶ୍ରୀ ପଟ୍ଟନାୟକ ୨୦୧୫ ରେ ମଧ୍ୟ ଏହି ଦାବି ସେତେବେଳ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ତତ୍କାଳୀନ ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହା ପୂର୍ବରୁ ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିକଟରେ ମଧ୍ୟ ଏହି ଦାବି କରି ସାରିଛନ୍ତି ।

Leave A Reply

Your email address will not be published.