ବିଧାନସଭାରେ ନୁପୁର ପ୍ରସଙ୍ଗ

160

ବିଧାନସଭାରେ ନୁପୁର ତାତି । ନୁପୁର ସର୍ମାଙ୍କ ବିବାଦୀୟ ବୟାନ କୁ ନେଇ ବିଧାନ ସଭାବେ ଉଠିଛି ଝଡ । ନୁପୁରଙ୍କ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧି ଦଳ ଉଭୟ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ୧୦ ମିନିଟ ଗୃହ ଚାଲିବା ପରେ ହୋହାଲ୍ଲା ଯୋଗୁଁ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ରଖିଲେ ବାଚଷ୍ପତି । ଶୂନ୍ୟ କାଳରେ ଖଂଗ୍ରେସ ବିଧାୟକ ନରସିଂହ ମିଶ୍ର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯିଏ ରାଷ୍ଟ୍ରକୁ ବିଭାଜନ କରିବା ପାଇଁ ଚାହୁଁଛି ସେ ଦଳ ରାଷ୍ଟ୍ରର ଶାସନ ଭାର ସମ୍ଭାଳିବାର ଯୋଗ୍ୟତା ନାହିଁ । ଅନ୍ୟ ପକ୍ଷରେ ବିରୋଧି ଦଳ ଉପ ନେତା ବିଷ୍ଣୁ ସେଠୀ ଏହାର ଜବାବ ରଖି କହିଛନ୍ତି ଯେ, ବାହାର ପ୍ରସଙ୍ଗ କୁ କାହିଁକି ଗୁରୁତ୍ୱ ଦିଆଯାଉଛି । ଓଡିଶାରେ ଅନେକ ପ୍ରସଙ୍ଗ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.