ଏଣିକି ଶିକ୍ଷାନୁଷ୍ଠାନରେ ରାଗିଙ୍ଗ ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ବର୍ତମାନ ବହୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ରାଗିଙ୍ଗ କରିବା ମାମଲା ସାମ୍ନାକୁ ଆସୁଛି । ତେବେ ଏନେଇ ଯଦି କୌଣସି ଶିକ୍ଷାନୁଷ୍ଠାନରେ ରାଗିଙ୍ଗ ଅଭିଯୋଗ ଆସେ ତେବେ ଏହା ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଜି ଏକ ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଗଞ୍ଜାମ ଏସପି ବ୍ରିଜେସ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ପ୍ରିୟ ରଞ୍ଜନ ପୃଷ୍ଟି ସେମେତ ଅନେକ କଲେଜର ପ୍ରିନ୍ସପାଲଙ୍କ ଉପସ୍ଥିତିରେ ଏହି ଭଳି ନିସ୍ପତି ନିଆଯାଇଛିି । ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ହେଲ୍ପଲାଇନ ମଧ୍ୟ ଜାରି କରାଯାଇଛି । ଯଦି କୈଣସି ଶିକ୍ଷାନୁଷ୍ଠାନରେ ରାଗିଙ୍ଗ ଅଭିଯୋଗ ଆସେ ତେବେ ଉକ୍ତ ନମ୍ବରେ ଯୋଗାଯୋଗ କଲେ ତାହା ବିରୋଦ୍ଧରେ ତୁରନ୍ତ ଦୃଢ କାଯ଼ର୍୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Sign in
Sign in
Recover your password.
A password will be e-mailed to you.