ଆଜି ଶ୍ରଦ୍ଧାଳୁଙ୍କ ପାଇଁ ମା ତାରିଣୀ ଦର୍ଶନ ସକାଳ ୬ଟା ଠାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ
ଘଟଗାଁ, ୧୪ ଜୁଲାଇ – ଶ୍ରଦ୍ଧାଳୁଙ୍କ ପାଇଁ ମା ତାରିଣୀ ଦର୍ଶନ ଆଜି ସକାଳ ୬ଟା ଠାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ଆଷାଢ଼ୀ ପର୍ବ ପାଇଁ ଘଟଗାଁ ତାରିଣୀ ମନ୍ଦିରରେ ଦର୍ଶନ ବନ୍ଦ ରହିବା ନେଇ ପୂର୍ବରୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ସଂନ୍ଧ୍ୟା ୭ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରିପାରିବେ ।
ଆଷାଢ଼ୀ ପର୍ବ । ଏହା ମୁଖ୍ୟତଃ ଏକ କୃଷିଭିତିକ ପର୍ବ । ଜଗତବାସୀଙ୍କ କଲ୍ୟାଣ ପାଇଁ ଏହି ଦିନ ମା ନିଜେ ଉପବାସ କରିଥାନ୍ତି । ଏହି ଅବସରରେ ଭୋରରୁ ଦ୍ଵାରଫିଟା, ସକାଳୁ ସ୍ନାନ, ମାଜଣା ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ସଂନ୍ଧ୍ୟାରେ ସ୍ନାନ, ମାଜଣା, ବଡସିଂହାର ପୂଜା, ସୁନାବେଶ ଓ ଷୋଡ଼ଶ ଉପଚାର ପୂଜା ସମ୍ପନ୍ନ ହେବ । ରାତି ୧୦ଟା ପହଡ଼ ପଡି ସାରିବା ପରେ ଅଧ ରାତିରେ ମାଙ୍କ ନିଶା ପୂଜା ଅନୁଷ୍ଠିତ ହେବ ।