ପ୍ରସିଦ୍ଧ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ରଙ୍କର ଦେହାନ୍ତ

155

ପ୍ରସିଦ୍ଧ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ରଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ଆଜି(ରବିବାର) ଦକ୍ଷିଣ କୋଲକାତାର ଚେଚଲା ଅଞ୍ଚଳରଥିବା ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ନିର୍ମଳା ମିଶ୍ର । ସମୟ ପାଖାପାଖି ରାତି 12ଟା 5ରେ ନିର୍ମଳାଙ୍କୁ ହୃଦଘାତ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ହୋଇଥିଲା । ଆଜି ଡାକ୍ତରଖାନାରେ ହିଁ ତାଙ୍କ ମୃତଦେହ ରହିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ନିର୍ମଳା ସଙ୍ଗୀତ ଜଗତରେ ତାଙ୍କର ସୁମଧୁରର ସ୍ବର ଛାପ ଛାଡିଛନ୍ତି । ଗୀତ ପାଇଁ ତାଙ୍କୁ ବାଳକୃଷ୍ଣ ଦାସ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଅନେକ ଓଡିଆ ଓ ବଙ୍ଗାଳୀ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ‘ଇମୋନ ଏକତା ଝିମୁନ’, ‘ବୋଲୋ ତୋ ଅର୍ଶୀ,’ ‘କାଗୋଜେର ଫୁଲ ବାଲେ’, ‘ଇ ବଙ୍ଗରାର ମାଟି ଚାଏ’ ଏବଂ ‘ ଆମି ତୋମାର’ ଭଳି ଅନେକ ଗୀତ ଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ସିନା ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି କିନ୍ତୁ ତାଙ୍କର ସଂଗୀତ ପାଇଁ ସେ ସବୁଦିନ ନିଜର ପ୍ରଶଂସକଙ୍କ ହୃଦୟରେ ଆମର ହୋଇ ରହିବେ।

Leave A Reply

Your email address will not be published.