5 ବର୍ଷର ନିରୀହ ଝିଅର ପ୍ରଧାନ ମନ୍ତ୍ରୀଙ୍କୁ ଚିଠି

167

‘ପ୍ରଧାନମନ୍ତ୍ରୀ ଜି , ମୋର ନାମ କ୍ରିତି ଦୁବେ। ମୁଁ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରେ | ମୋଦୀଜୀ ତୁମେ ବହୁତ ଦରଦାମ ବୃଦ୍ଧି କରିଛ | ମୋର ପେନ୍ସିଲ ଏବଂ ରବର ମଧ୍ୟ ମହଙ୍ଗା ହୋଇଛି | ଏବଂ ମ୍ୟାଗି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି | ବର୍ତ୍ତମାନ ମୁ ପେନସିଲ ମାଗିଲେ ମା ମୋତେ ପିଟୁଛନ୍ତି | ମୁଁ କଣ କରିବି ପିଲାମାନେ ମୋର ପେନସିଲ ଚୋରି କରିନେଉ ଛନ୍ତି । ଏ ହେଉଛି 5 ବର୍ଷର ନିରୀହ ଝିଅର ପ୍ରଧାନ ମନ୍ତ୍ରୀଙ୍କୁ ଚିଠି | ଦେଶରେ ଦରଦାମ ବୃଦ୍ଧି କାରଣରୁ ,ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି | ଯାହାକୁ ଏହି ଛୋଟ ଝିଅ ନିଜର ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ଜଣାଇଛି | କୌନଜ ଜିଲ୍ଲାରେ ରହୁଥିବା 5 ବର୍ଷର ନିରୀହ ଝିଅ କ୍ରିତି ଦୁବେ | ପ୍ରଧାନ ମନ୍ତ୍ରୀ ଙ୍କୁ ଚିଠି ଲେଖି ନିଜର ମନର କଥାକୁ ବେଶ ବଖାଣିଛି । ରବର ଠାରୁ ଆରମ୍ଭ କରି ଖାଇବା ଜିନିଷ ର ଟିକସ ବୃଦ୍ଧି କାରଣ ରୁ ଦରଦାମ ବୃଦ୍ଧି ପାଇଛି, ଯାହାର ପ୍ରଭାବ ସିଧା ସଳଖ କୁନି କୁନି ପିଲାଙ୍କ ଉପରେ ପଡିଛି | ଯାହାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଏହି କୁନି ଝିଅ |

ଓକିଲ ଥିବା ଝିଅର ପିତା ବିଶାଲ ଦୁବେ କହିଛନ୍ତି, “ଏହା ମୋର ଝିଅର ‘ମନ କି ବାତ |

Leave A Reply

Your email address will not be published.