ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ । ରବିବାର ରାତିରେ ତାଙ୍କର ପରଲୋକ ହୋଇଛି। ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ କେଳେଙ୍କାରୀ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲରୁ ମୁକୁଳିଥିଲେ ସୁରବାବା। ସୁର ବାବାଙ୍କୁ ଆଶ୍ରମରେ ସମାଧି ଦିଆଯିବ ବୋଲି ସୂଚନା ମିଳିଛି । ସୁର ବାବାଙ୍କ ଶେଷ ଦର୍ଶନ ପାଇଁ ଶହଶହ ଅନୁଗାମୀ ଓ ତାଙ୍କ ସହଯୋଗୀ ଉପସ୍ଥିତ ଅଛନ୍ତି । ଏବେ ତାଙ୍କ ପାର୍ଥିବଶରୀରରୁ ବାସଭବନରେ ରଖାଯାଇଛି । ସୁର ବାବା ଯେଉଁ ପିଣ୍ଡିକୁ ନିଜେ ନିର୍ମାଣ କରିଥିଲେ ସେଠାରେ ହିଁ ତାଙ୍କୁ ସମାଧି ଦିଆଯିବ ବୋଲି ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.