ମହଙ୍ଗାମାଡ଼, ବେରୋଜଗାରୀକୁ ବିରୋଧ କରି କଂଗ୍ରେସର ହରତାଳ
କେନ୍ଦ୍ର ସରକାରଙ୍କ ନିୟମକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରୁଛି ଭାରତୀୟ ଜାତୀୟ କଂଗ୍ରେସ । ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଏକଛତ୍ରବାଦୀ ଶାସନ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ୍ ଲଗାତାର ବଢ଼ୁଥିବା ବେଳେ ଭାରତରେ ବେରୋଜଗାରୀ ଭୟଙ୍କର ହୋଇଛି । ଏହା ସହିତ ଦେଶର ଲୋକତନ୍ତ୍ରର ହତ୍ୟା ମଧ୍ୟ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସଂସଦରେ ଦରବୃଦ୍ଧି କଥା ଉଠାଉଥିବା ସାଂସଦଙ୍କ ମୁହଁ ବନ୍ଦ ବନ୍ଦ କରାଯାଉଛି । ବିରୋଧୀଙ୍କୁ ଡରାଇବାକୁ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି କୁ ପଛରେ ଲଗାଯାଉଛି । ଅନ୍ୟପକ୍ଷରେ କଂଗ୍ରେସ ର ବିକ୍ଷୋଭକୁ ଜୋରଦାର ବିରୋଧ କରି ଆନ୍ଦୋଳନକୁ ରୋକିବା ପାଇଁ ରାଜଧାନୀ ଦିଲ୍ଲୀ ରେ 144 ଧାରା ଲଗାଯାଇଛି ।