ସତରେ କଣ ଖୋଲିବ ରତ୍ନଭଣ୍ଡାର ନା ପ୍ରାକ୍ ପ୍ରସ୍ତୁତି ନାଟକବାଜି

146

ପୁରୀ, ୯ ଅଗଷ୍ଟ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟମୟ । ଅଚଳାଚଳ ସମ୍ପତିର ମାଲିକ ମହାବାହୁ । ମହଣ ମହଣ ସୁନା ରତ୍ନଭଣ୍ଡାରରେ ରହିଛିି । ଏବେ କିଛି ବର୍ଷ ଧରି ରତ୍ନ ଭଣ୍ଡାର ଖୋଲିବ, ରତ୍ନ ଭଣ୍ଡାରରୁ ପାଣି ଗଳୁଛି, ରତ୍ନଭଣ୍ଡାର ମରାମତି ଆବଶ୍ୟକ, ରତ୍ନଭଣ୍ଡାର ଚାବି ମିଳୁନି, ରତ୍ନଭଣ୍ଡାରରେ ନାଗ ଖେଳୁଛି, ସୁ ସୁ ଗର୍ଜନ ଶଦ୍ଦ ହେଉଛି ଆଦି ଅନେକ କଥା ନାଟକୀୟ ଢ଼ଙ୍ଗରେ ପ୍ରଚାର ହେଉଥିଲେ ମଧ୍ୟ ସତ୍ୟବାଦୀ ପ୍ରେସରେ ଛପା ଯାଇଥିବା ରତ୍ନ ଅଳଙ୍କାର ତାଲିକା ଓ ପୂର୍ବରୁ ଲିଷ୍ଟ କରାଯାଇଥିବା ତାଲିକା ଅନୁସାରେ ଅଳଙ୍କାର ଗଣତି, ମଣତି ଓ ମେଳକ କରାଯାଉ ନଥିବାରୁ ଭକ୍ତମାନଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହେଉଥିବା କୁହାଯାଉଛି । ସତରେ କଣ ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି? ଏ ସମ୍ପର୍କରେ ସରକାର ଜନତାଙ୍କୁ ସତ୍ୟ ଓ ସଠିକ୍ ଖବର ଜଣାଇବା ପାଇଁ ଭକ୍ତ ମହଲରେ ଦାବି ହେଉଛି ।

Leave A Reply

Your email address will not be published.