୫କୋଟି ୧୦ ହଜାର ଟଙ୍କାର ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ପ୍ରକୃତି

146

ବାବୁସାନ – ତୃପ୍ତି ଏବଂ ପ୍ରକୃତି ଙ୍କ ମଧ୍ୟ ରେ ଲାଗିଥିବା କାଳିରେ ନୂଆ ମୋଡ । ଗତକାଲି ହାଇକୋର୍ଟ ପରେ ଆଜି ଭୁବନେଶ୍ୱର କୋର୍ଟରେ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ହଜାର ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ସେ । ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଏହି ମକଦ୍ଦମା କରିଥିବା ଜଣାପଡିଛି । ଅନ୍ୟପଟେ ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ କହିଛନ୍ତି । ପୋଲିସଠାରୁ ନ୍ୟାୟ ନ ମିଳିବାରୁ କୋର୍ଟ ଯାଇଥିବା ନେଇ କହିଛନ୍ତି ପ୍ରକୃତି ।
ସୂଚନା ଆଧାରରେ ଗତ ଜୁଲାଇ ମାସ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା ଷ୍ଟାର କଲି । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ତାଙ୍କୁ ଅଟକାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ । ପ୍ରକୃତିଙ୍କ ବିରୋଧରେ ମଧ୍ୟ ତୃପ୍ତି ଥାନାରେ ଅଭିଯୋଗ କରିଥିଲେ । ପ୍ରକୃତି ତାଙ୍କ ସ୍ୱାମୀ ବାବୁସାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବା ନେଇ ସେ ଅଭିଯୋଗ କରିଥିଲେ । ଏପରିକି ବାରମ୍ବାର ମନାକରିବା ସତ୍ୱେ ବାବୁସାନଙ୍କୁ ବ୍ଲାକମେଲ କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ ତୃପ୍ତି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରକୃତିଙ୍କୁ ଡାକି ପଚରାଉଚୁରା କରିଥିଲା ।

ତେବେ ଏ ନେଇ ପ୍ରକୃତିଙ୍କ ଓକିଲ କହିଛନ୍ତି ଏହା ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପାମା’ ନ୍ୟାୟ ଅପେକ୍ଷାରେ ଥିଲେ ବୋଲି । ହେଲେ ଉଭୟ ପରିବାର ମଧ୍ୟରେ କୌଣସି ବୁଝାମଣାର ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ତେବେ ଯାଇ ଏହା ସମାଧାନ ହୋଇପାରିବ ।

Leave A Reply

Your email address will not be published.