ରାଜ୍ୟରେ ନୂଆ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ

172

ଭୁବନେଶ୍ଵର, ୨୦ ସେପ୍ଟେମ୍ବର – ରାଜ୍ୟରେ ଗୋଟିଏ ଦିନରେ ୧୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୨୦୮୨ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୧୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୬୭ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୨୧୮ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୧୩୪୪ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୯୯ ରହିଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୬୪ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରେ ୧, ବରଗଡ଼ ଜିଲ୍ଲାରେ ୩, ଭଦ୍ରକ ଜିଲ୍ଲାରେ ୩, କଟକ ଜିଲ୍ଲାରେ ୩୩, ଦେବଗଡ଼ ଜିଲ୍ଲାରେ ୨, ଢ଼େଙ୍କାନାଳ ଜିଲ୍ଲାରେ ୧, ଗଞ୍ଜାମ ଜିଲ୍ଲାରେ ୩, ଜଗତସିଂହପୁର ଜିଲ୍ଲାରେ ୩, ଯାଜପୁର ଜିଲ୍ଲାରେ ୫, କଳାହାଣ୍ଡି ଜିଲ୍ଲାରେ ୪, କନ୍ଧମାଳ ଜିଲ୍ଲାରେ ୧୦ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟ ଜିଲ୍ଲାରେ ୨, ମୟୁରଭଞ୍ଜ ଜିଲ୍ଲାରେ ୩, ନବରଙ୍ଗପୁର ଜିଲ୍ଲାରେ ୩, ନୟାଗଡ ଜିଲ୍ଲାରେ ୫, ନୂଆପଡ଼ା ଜିଲ୍ଲାରେ ୩, ପୁରୀ ଜିଲ୍ଲାରେ ୧, ସମ୍ବଲପୁର ଜିଲ୍ଲାରେ ୪, ସୋନପୁର ଜିଲ୍ଲାରେ ୪, ସୁନ୍ଦରଗଡ ଜିଲ୍ଲାରେ ୨୧ ଓ ଷ୍ଟେଟ ପୁଲରେ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.