ବିଜେଡିର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ

160

ଭୁବନେଶ୍ୱର, 29 ସେପ୍ଟେମ୍ବର – ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହେବାକୁ ଜନ ସମ୍ପର୍କ ପଦ ଯାତ୍ରା ପାଇଁ ଆଜି ତାଲିମ ଓ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲୀ ଉଦବୋଧନ ଦେଇଛନ୍ତି ପାର୍ଟୀ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ସେ କହିଛନ୍ତି ଯେ – ବିଜେଡି ସବୁବେଳେ ଲୋକମାନଙ୍କ ପାଇଁ କାମ କରୁଛି ଓ ଲୋକଙ୍କ ସହିତ ଅଛି । ସରକାରଙ୍କ ବିକାଶ ଓ ଜଣକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଯେପରି ଲୋକଙ୍କ ପାଖରେ ପହଂଚିପାରିବ, ସେ ଦିଗରେ କାମ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ନବୀନ । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ମଧ୍ୟ ଗୁରୁତ୍ୱପୁର୍ଣ ଭୂମିକା ରହିଥିଲା । ପଦଯାତ୍ରା ସମୟରେ ଏ ଦିଗରେ ଗୁରୁତ୍ୱପୁର୍ଣ ଫୋକସ କରିବା ଦରକାର ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.