‘ସୁନ୍ଦରୀ’ର ଉପଯୁକ୍ତ ରକ୍ଷଣାବେକ୍ଷଣ ଲାଗି ଅନୁରୋଧ କଲେ ଶିବରାଜ ସିଂହ ଚୌହାନ

179

ଭୁବନେଶ୍ୱର: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ବାଘୁଣୀ ‘ସୁନ୍ଦରୀ’ର ଉପଯୁକ୍ତ ଯତ୍ନ ନେବା ଲାଗି ଅନୁରୋଧ କରିଛନ୍ତିା ଗଣମାଧ୍ୟମରେ ଓଡ଼ିଶାରେ ବାଘୁଣୀ ‘ସୁନ୍ଦରୀ’ର ଉପଯୁକ୍ତ ଯତ୍ନ ନିଆଯାଉନଥିବାର ଖବର ପ୍ରକାଶ ପାଇବା ପରେ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ଶିବରାଜ ସିଂହ ଚୌହାନ। କାହ୍ନା ଟାଇଗର ରିଜର୍ଭକୁ ସ୍ଥାନାନ୍ତରିତ ହେବା ପର୍ଯ୍ୟନ୍ତ ସାତକୋଶିଆରେ ରଖାଯାଇଥିବା ବାଘଣୀ ‘ସୁନ୍ଦରୀ‘ର ଉପଯୁକ୍ତ ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି। ‘ସୁନ୍ଦରୀ‘ର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ ତାକୁ କାହ୍ନା ବ୍ୟାଘ୍ର ସଂରକ୍ଷଣକୁ ସ୍ଥାନାନ୍ତରିତ ହେବା ପର୍ଯ୍ୟନ୍ତ ଏକ ଅନୁକୂଳ ପରିବେଶ ଉପଲବ୍ଧ କରାଯାଉ। ଏହି ଚିଠିରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ର ଅନୁମତି ପରେ ରାଜ୍ୟର କାହ୍ନା ବ୍ୟାଘ୍ର ସଂରକ୍ଷଣ, ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଏବଂ ପେଞ୍ଚ ଜାତୀୟ ଉଦ୍ୟାନରେ ବ୍ୟାଘ୍ର ସଫାରି ନିର୍ମାଣ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସୁନ୍ଦରୀକୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଗୋରେଲା କେନ୍ଦ୍ରରେ ସାମୟିକ ଭାବେ ରଖାଯିବ। ତେବେ ଗୋରେଲା କେନ୍ଦ୍ରରେ ଅନ୍ୟ ଏକ ବାଘ ତାଲିମ ନେଉଛିା ଏହାକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯିବା ପରେ ‘ସୁନ୍ଦରୀ’କୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଗୋରେଲା କେନ୍ଦ୍ରକୁ ଅଣାଯିବା ତେବେ ‘ସୁନ୍ଦରୀ’ର ସ୍ଥାନାନ୍ତର ଅଧିକ ସମୟ ନେଇପାରେ। ସେପର୍ଯ୍ୟନ୍ତ ‘ସୁନ୍ଦରୀ’ର ଉପଯୁକ୍ତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରାଯିବାକୁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତିା

Leave A Reply

Your email address will not be published.