ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ

209

ବଲାଙ୍ଗୀର: ବର୍ତ୍ତିବେନି କଫ ସିରପ ମାଫିଆ ଓ ବ୍ୟବସାୟୀ। ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସI ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ସହ ଦାମୀ ଗାଡ଼ି ଜବତ କରିଛି ପୋଲିସ I ଘଟଣାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪ ମହିଳାଙ୍କ ସମେତ ୩୭ ବ୍ୟବସାୟୀ ଓ ମାଫିଆଙ୍କୁ ଗିରଫ କରିଛି ପୋଲିସ। ୪୦ ଲକ୍ଷ ଟଙ୍କାର କଫ ସିରପ, ୪ଟି ଦାମୀ ଗାଡ଼ି, ୭ଟି ବାଇକ, ୨୭ଟି ମୋବାଇଲ, ଗୋଟିଏ ବନ୍ଧୁକ ଓ କିଛି ସୁନା ଜବତ କରିଛି ପୋଲିସ।

କଫ ସିରପ ଯୋଗାଉଥିବା କୋଲକାତାର ଡେଫୋଡିଲ ପ୍ରାଇଭେଟ ଲିମିଟେଡ କମ୍ପାନୀର ୨ କୋଟି ଟଙ୍କା ଥିବା ଆକଉଣ୍ଟକୁ ଫ୍ରିଜ କରିଛି ବଲାଙ୍ଗୀର ପୋଲିସ।ଖୁବଶୀଘ୍ର କମ୍ପାନୀର ନିର୍ଦ୍ଦେଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ଏହାସହ ପୂରା ନେଟଓ୍ବର୍କକୁ ଧରିବା ପାଇଁ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି। ଆଗକୁ ଗିରଫଦାରୀଙ୍କ ସଂଖ୍ୟା ମଧ୍ୟ ବଢିବାର ସମ୍ଭାବନା ରହିଛି। କୋଲକତା, ହରିୟାଣା, ହିମାଚଳ ପ୍ରଦେଶରୁ କଟକ, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲାକୁ ଏହି କଫସିରପ ମାଫିଆଙ୍କ ଚେର ଲମ୍ବିଥିଲା ବୋଲି ଏସପି କହିଛନ୍ତ ।

Leave A Reply

Your email address will not be published.