କାହିଁକି ଜଙ୍ଗଲରେ ଲାଗୁଛି ନିଆଁ ? ଏମିତି କହିଲେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ

188

ଭୁବନେଶ୍ୱର: ଜଙ୍ଗଲି ଜନ୍ତୁ ଶିକାର ଲୋଭରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ଶିକାରୀ। ଗତକାଲି ନିଆଁ ଲଗାଇବା ବେଳେ କନ୍ଧମାଳ ଜିଲ୍ଲାରୁ ଜଣେ ଶିକାରୀ ଧରାପଡିଛି। ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ। ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି।

ନିଆଁ ଲିଭା ଯିବା ପରେ ଫଟୋ ଉଠାଇ ଅପଲୋଡ଼ କରାଯାଉଛି। ନିଆଁ ଲଗାଉଥିବା ବେଳେ ଧରା ପଡିଲେ ମାମଲା ରୁଜୁ କରାଯିବା ସହ ଆକ୍ସନ ନିଆଯିବ ବୋଲି ସତର୍କ କରାଇ ଦିଆଯାଇଛି। ନିଆଁ ଲାଗିବା ନେଇ ଖବର ଦେଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜଙ୍ଗଲୀ ଜନ୍ତୁ ମାଡି ଆସିବା ନେଇ ଆଲର୍ଟରେ ରହିଛି ବନ ବିଭାଗ। ଯେଉଁଠିକି ଜନ୍ତୁ ଆସୁଛନ୍ତି ବନ କର୍ମଚାରୀଙ୍କୁ ତୁରନ୍ତ ଜଣାନ୍ତୁ ବୋଲି କୁହାଯାଇଛି। ଆଜି ୧୨୦୦ ପଏଣ୍ଟରେ ନିଆଁ ଲାଗିଛି ଏହା ବଢ଼ିକି ୧୫୦୦ ହୋଇପାରେ। ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ୯୭ ପ୍ରତିଶତରୁ ଅଧିକ ରେସପନ୍ସ ମିଳିଛି। ଭୁବନେଶ୍ବର ଶିଖରଚଣ୍ଡୀରେ ଲାଗିଥିବା ନିଆଁ ଆୟତ୍ତ ହୋଇ ସାରିଛି। ଜଙ୍ଗଲରୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି ବୋଲି ଜଣାଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।

Leave A Reply

Your email address will not be published.