ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ୭ ରାଜ୍ୟରେ ମେଗା ଟେକ୍ସଟାଇଲ୍‌ ପାକ

174

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ୭ ରାଜ୍ୟରେ ହେବ ମେଗା ଟେକ୍ସଟାଇଲ୍‌ ପାର୍କ । ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟ୍‌  କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ୍‌ ପାର୍କ ଟେକ୍ସଟାଇଲ୍‌ ସେକ୍ଟର ୫ର (ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫେସନ, ଫରେନ) ଅଭିଯାନକୁ ବଳ ଦେବ ।

ସୂଚନା ଦେଇ ଖୁସି ଲାଗୁଛି ଯେ ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ୍‌ ପାର୍କ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ୍‌ ପାର୍କ ଟେକ୍ସଟାଇଲ୍‌ ସେକ୍ଟରରେ ଅତ୍ୟାଧୁନିକ ମୂଳ ଭିତ୍ତି ପକାଇବ । କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ସହିତ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହା ମେକ୍‌ ଇନ୍‌ ଇଣ୍ଡିଆ ଓ ମେକ୍‌ ଫର୍‌ ଦି ୱାର୍ଲ୍ଡ ପାଇଁ ଏକ ବଡ଼ ଉଦାହରଣ ହେବ ।

ବର୍ତ୍ତମାନ ସୁଧା ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ବାବଦରେ ଟେକ୍ସଟାଇଲ୍‌ ଇଣ୍ଡଷ୍ଟ୍ରୀରେ ୧୫୩୬ କୋଟି ନିବେଶ ହୋଇଛି ବୋଲି ବୟନ ଶିଳ୍ପ ମନ୍ତ୍ରଣାଳୟ କହିଛି । ଆତ୍ମନିର୍ଭର ଯୋଜନା ମାଧ୍ୟମରେ ଭାରତକୁ ଉତ୍ପାଦନକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱ-ୀ କରାଇବା ପାଇଁ ଭାରତ ସରକାର ବିଭିନ୍ନ ଉତ୍ପାଦନରେ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲ୍‌ଆଇ) ଘୋଷଣା କରିଛନ୍ତି । ଭାରତରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା, ଆମଦାନୀ ହ୍ରାସ କରି ରପ୍ତାନୀ ବଢ଼ାଇବା, ଆମଦାନୀ କମାଇବା ପାଇଁ ଭାରତକୁ ବିଶ୍ୱ ରପ୍ତାନୀକାରୀ ଦେଶଙ୍କ ଶୃଙ୍ଖଳାରେ ରଖିବା ପିଏଲ୍‌ଆଇର ଲକ୍ଷ୍ୟ ।

ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ବୟନ ଶିଳ୍ପ ଉଦ୍ୟୋଗର ଅଭିବୃଦ୍ଧି କରିବାକୁ ସରକାର ୧୦,୬୮୩ କୋଟିର ଏକ ଆର୍ଥିକ ପ୍ୟାକେଜ୍‌ ସହ ଏକ ଯୋଜନା ଲଞ୍ଚ୍‌ କରିଛନ୍ତି । ବୟନଶିଳ୍ପ ପାଇଁ ପିଏଲ୍‌ଆଇ ସ୍କିମ୍‌ ଦ୍ୱାରା ପ୍ରୋତ୍ସାହନ ପାଇବାକୁ ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ବିଭାଗୀୟ ପୋର୍ଟାଲ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ୨୦୨୨ ଜାନୁଆରୀ ୧ରୁ ଫେବ୍ରୁଆରୀ ୨୮ ମଧ୍ୟରେ ୬୭ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ଚୟନ କର୍ତ୍ତା କମିଟି ମାତ୍ର ୬୪ଟି ଆବେଦନ ପତ୍ରକୁ ବାଚ୍ଛିଥିଲେ ।

Leave A Reply

Your email address will not be published.