ସୁସ୍ଥ ହୋଇନାହାନ୍ତି ଶ୍ରେୟସ ଆୟର, କିଏ ହେବ କୋଲକାତା ଟିମର ଅଧିନାୟକ?

168

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଅହମଦାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଖେଳ ସମୟରେ ପିଠିରେ ଯନ୍ତ୍ରଣା ଯୋଗୁଁ ମ୍ୟାଚରୁ ବାଦ୍‌ ପଡିଥିଲେ । ଏହା ପରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ । ତେବେ ଅ ।ଗାମୀ ଆଇପିଏଲ୍‌ ସିଜନ ପାଇଁ ଶ୍ରେୟସ ଫିଟ୍‌ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆଗାମୀ ଆଇପିଏଲ୍‌ ସିଜନ ପାଇଁ ଶ୍ରେୟସ ଅ ।ୟର କୋଲକତା ନାଇଟ ରାଇଡର୍ସର ଅଧିନାୟକ ଦାୟିତ୍ୱ ତୁଲାଇଥାନ୍ତେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଅ ।ଘାତ ସମସ୍ୟା ନେଇ କୌଣସି ଅପଡେଟ୍‌ ଅ ।ସିନାହିଁ ।

କ୍ରିକବଜ୍‌ ରିପୋର୍ଟ ଅନୁଯାୟୀ, ଶ୍ରେୟସଙ୍କୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ପରେ ଆଇପିଏଲ୍‌କୁ ନେଇ ନିଷ୍ପତ୍ତି ନିଆଯିବ । ତେବେ ଯଦି ଆଇପିଏଲ ପାଇଁ ଶ୍ରେୟସ ନ ଖେଳନ୍ତି, ତେବେ ତାଙ୍କ ସ୍ଥାନରେ କାହାକୁ ଦାୟିତ୍ୱ ଦିଆଯିବ । ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍‌ ଆଣ୍ଡ୍ରେରସେଲ କେକେଅ ।ର ସବୁଠାରୁ ଅଭିଜ୍ଞ ଓ ଅନୁଭବୀ ଖେଳାଳି ।

ଏକୁଟିଆ ସେ ଟିମକୁ ଅନେକ ବିଜୟ ଦେଇଛନ୍ତି । ତେବେ ଆୟରଙ୍କ ଅନୁପସ୍ଥିତିରେ କୋଲକାତା ନାଇଟ୍‌ ରାଇଡର୍ସ ରସେଲଙ୍କୁ ସେମାନଙ୍କର ଅଧିନାୟକ କରିପାରେ । ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସାଉଦୀ ମଧ୍ୟ କେକେଆର ପାଇଁ ଅଧିନାୟକ ଦାୟିତ୍ୱ ନେଇପାରନ୍ତି । ଅନେକ ଥର ସାଉଦୀ ନ୍ୟୁଜିଲାଣ୍ଡ ଦଳର ଦାୟିତତ୍ୱ ମଧ୍ୟ ନେଇଛନ୍ତି ।

ଏଥି ସହିତ ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଦଳର ଅଧିନାୟକ ମଧ୍ୟ ଅଛନ୍ତି । ଏପରି ପରିସ୍ଥିତିରେ, କେକେଆର ତାଙ୍କ ଅଧିନାୟକତ୍ୱ ଅଭିଜ୍ଞତାରୁ ମଧ୍ୟ ଉପକୃତ ହୋଇପାରିବେ ଏବଂ ଫ୍ରାଞ୍ଚାଇଜ୍‌ ତାଙ୍କୁ ଆୟରଙ୍କ ସ୍ଥାନରେ ଅଧିନାୟକ କରିପାରେ । ନୀତୀଶ ରାଣା ମଧ୍ୟ ଦୀର୍ଘ ଦିନ ଧରି କେକେଆର ପାଇଁ ଆଇପିଏଲରେ ଖେଳୁଥିଲେ ।

ଘରୋଇ କ୍ରିକେଟରେ ସେ ଦଳର ଅଧିନାୟକ ମଧ୍ୟ ରହିଛନ୍ତି । ଏଭଳି ପରିସ୍ଥିତିରେ ଯଦି ଆୟର ଆହତ କାରଣରୁ ଆଇପିଏଲରୁ ଦୂରେଇ ଯାଆନ୍ତି, ତେବେ ନୀତୀଶ ରାଣା ମଧ୍ୟ କେକେଆରର ଅଧିନାୟକ ହୋଇପାରନ୍ତି

Leave A Reply

Your email address will not be published.