୨୯ରୁ ବୈଶାଖୀ ବାଣିଜ୍ୟ ମେଳା

180

କଟକ: ଉପର ବାଲିଯାତ୍ରା ପଡ଼ିଆରେ ୧୮ତମ ଅର୍ନ୍ତଜାତୀୟ ବାଣିଜ୍ୟ ବୈଶାଖୀ ମେଳା ଆରମ୍ଭ ହେବାକୁ ଯାଉଛି। କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ଆନୁକୂଲ୍ୟରେ ଚଳିତ ମାସ ୨୯ତାରିଖ ଠାରୁ ଏହି ମେଳା ପ୍ରଦର୍ଶିତ ଓ ବିକ୍ରି ହେବ। ଏଥିରେ ଆମ ରାଜ୍ୟ ସମେତ ୧୦ଟି ଦେଶ ଓ ୨୨ଟି ରାଜ୍ୟରୁ ଖୁଦ୍ର, ମଧ୍ୟମ ଓ ବୃହତ ଉଦ୍ୟୋଗର ୫୨୦ଟି ଷ୍ଟଲ ଏହି ମେଳାରେ ଖୋଲିବାକୁ ଯାଉଛି। ତେଣୁ ଆୟୋଜକ ମେଳାରେ ମହିଳା ଉଦ୍ୟୋଗୀ ଓ ସେମାନଙ୍କ ଉତ୍ପାଦକୁ ପ୍ରାଥମିକତା ଦେଇଛନ୍ତି।

ମେଳାରେ କିଣାକିଣି ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଜା ସମସ୍ତେ ନେବେ ବୋଲି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସୂଚନା ଦେଇଛନ୍ତି। ସମ୍ମିଳନୀରେ କମିଟିର ଶିଳ୍ପପତି ଡ଼ ଶରତ ସାହୁ ମଧୁସୂଧନ ସାହୁ, ସୌମେନ୍ଦ୍ର ଘୋଷ, ରଞ୍ଜନ ବିଶ୍ୱାଳ ଦେବି ପ୍ରସାଦ ଦାଶ, ସଂଜୀବ ବେହେରା, ରମେଶ ସାହୁ, ଦିଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.