ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌ କ୍ରିକେଟ୍‌

186

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଏନେଇ ଚୂଡ଼ାନ୍ତ ନିଷ୍ପଞ୍ଚି ନିଆଯାଇନଥିଲେ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଅ ।ଇ) ୧୨ ଭେନ୍ୟୁର କାଣ୍ଟଛାଣ୍ଟ ତାଲିକା ପ୍ରକାଶ କରିଛି । ବିଶ୍ୱର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ନଭେମ୍ବର ୧୯ ତାରିଖରେ ଫାଇନାଲ୍‌ ଖେଳାଯିବ ।

ଏହି ବିଶ୍ୱକପ୍‌ରେ ୧୦ ଦଳ ଭାଗ ନେଉଥିଲା ବେଳେ ୪୬ ଦିନ ଧରି ମୋଟ ୪୮ ମ୍ୟାଚ୍‌ ଖେଳାଯିବ । ମୋଟ ୪୮ ମଧ୍ୟରେ ୩ ନକ୍‌ଆଉଟ୍‌ ମ୍ୟାଚ୍‌ ସାମିଲ ରହିବ । ଅହମଦାବାଦ ବ୍ୟତୀତ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷେ୍ନø, ଇନ୍ଦୋର, ରାଜକୋଟ ଏବଂ ମୁମ୍ବାଇକୁ ଭେନ୍ୟୁ ତାଲିକାରେ ସାମିଲ କରାଯାଇଛି । ତେବେ କେଉଁ ଭେୁନ୍ୟରେ କେଉଁ ମ୍ୟାଚ୍‌ ଖେଳାଯିବ ଏବଂ ୱାର୍ମ ଅପ୍‌ ମ୍ୟାଚ୍‌ କେଉଁଠି ଖେଳାଯିବ ସେନେଇ ଆୟୋଜକ ବିସିସିଆଇ ସ୍ଥିର କରିନି ।

ଭାରତର ବିଭିନ୍ନ ପ୍ରାନ୍ତରେ ମୌସୁମୀ ଋତୁର ପ୍ରଭାବ ଯୋଗୁଁ ଭେନ୍ୟୁ ଚୂଡ଼ାନ୍ତ ନେଇ ବିଳମ୍ବ ଘଟିଥିବା ବିସିସିଆଇ କହିଛି । ସାଧାରଣତଃ ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ହିଁ ଆଇସିସି ବିଶ୍ୱକପ୍‌ ସୂଚୀ ଘୋଷଣା କରିଥାଏ । ହେଲେ ଏଥର ଭାରତ ସରକାରଙ୍କଠୁ ଅ ।ବଶ୍ୟକୀୟ ସବୁଜ ସଂକେତ ପାଇବାକୁ ବିସିସିଆଇକୁ ଅପେକ୍ଷା କରିବାକୁ ପଡ଼ିଛି ।

ସେଥିରେ ଆଇସିସିଠାରୁ ବିଶ୍ୱକପ୍‌ ପାଇଁ ଟିକସ ଛାଡ଼ ଏବଂ ପାକିସ୍ତାନ ଦଳ ପାଇଁ ଭିସା ମଞ୍ଜୁର ଭଳି ପ୍ରସଙ୍ଗ ସରକାରଙ୍କ ଉପରେ ନିର୍ଭର କରୁଥିବାରୁ ବିସିସିଆଇ ଅପେକ୍ଷା କରିଛି । ତଥାପି ଦୁବାଇରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଆଇସିସି ତ୍ରୟୋମାସିକ ବୈଠକରେ ଭାରତ ସରକାର ପାକିସ୍ତାନ ଦଳକୁ ଭିସା ମଞ୍ଜୁର କରିବେ ବୋଲି ବିସିସିଆଇ ନିର୍ଭର ପ୍ରତିଶୃତି ଦେଇସାରିଛି ।

ଦୁଇ ଦେଶ ମଧ୍ୟରେ ଖରାପ ସଂପର୍କ ପାଇଁ ପାକିସ୍ତାନ ୨୦୧୩ରୁ ଭାରତରେ କୌଣସି ଆଇସିସି ପ୍ରତିଯୋଗିତା ଖେଳିନାହିଁ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ବନ୍ଦ ରହିଛି । ତଥାପି ବିଶ୍ୱକପ୍‌ ଏକ ଆଇସିସି ପ୍ରତିଯୋଗିତା ହୋଇ ଥିବାରୁ ପାକିସ୍ତାନ ଦଳକୁ ଭିସା ମଞ୍ଜୁର କରିବାକୁ ଭାରତ ସରକାର ରାଜି ହେବେ ବୋଲି ବିସିସିଆଇ କହିଛି। ଏଠାରେ ସୂଚନାଯୋଗ୍ୟ, ଭାରତ ଏକାକୀ ଦିନିକିଅ ।

ବିଶ୍ୱକପ୍‌ ପ୍ରଥମ ଥର ଲାଗି ଆୟୋଜନ କରିବାକୁ ଯାଉଛି । ଅବଶ୍ୟ ଭାରତ ପୂର୍ବରୁ ଦୁଇ ଥର ଟ୍ୱେଣ୍ଟି -୨୦ ବିଶ୍ୱକପ୍‌ ଆୟୋଜନ କରିସାରିଛି । ୨୦୧୬ ଏବଂ ୨୦୨୧ ଣ୍ଟି-୨୦ ବିଶ୍ୱକପ୍‌ ଭାରତ ଆୟୋଜନ କରିଥିଲା । କିନ୍ତୁ ଏଥର ଦିନିକିଆ ବିଶ୍ୱକପ୍‌ ଆୟୋଜନ କରୁଥିବାରୁ ଦୁଇ ଥର ବିଶ୍ୱ ବିଜେତା ଭାରତ (୧୯୮୩ ଓ ୨୦୧୧) ଘରୋଇ ମାଟିର ଫାଇଦା ଉଠାଇ ତୃତୀୟ ଥର ଚାମ୍ପିଅନ୍‌ ହେବାର ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.