ଏସିଆ କପ୍ : ଗୋଟିଏ ଗ୍ରୁପ୍ରେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ : ଚଳିତ ବର୍ଷର ଏସିଆ କପ୍ ଦୁଇଟି ସ୍ଥାନରେ ଆୟୋଜନ ହେବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍ ସହିତ ମୋଟ୍ ୫ ମ୍ୟାଚ୍ ଆୟୋଜନ ହେବ । ଏଥିପାଇଁ ଯଦିଓ ସ୍ଥାନ ଘୋଷଣା ହୋଇନାହିଁ, ତଥାପି ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ପ୍ରମୁଖ ଦାବିଦାର ଅଛନ୍ତି । ଏସିଆ କପ୍ରେ ଗୋଟିଏ ଯୋଗ୍ୟତା ପର୍ଯ୍ୟାୟ ଦଳ ସହିତ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି । ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅନ୍ୟ ଗ୍ରୁପ୍ରେ ରହିଛନ୍ତି ।
ସମସ୍ତ ୬ ଦଳକୁ ନେଇ ୧୩ ଦିନରେ ୧୩ ମ୍ୟାଚ୍ ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ସମ୍ମାନିତ ଖେଳାଯିବ । ପୂର୍ବ ନିୟମ ଅନୁଯାୟୀ, ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସୁପର ୪ ତଥା ସେମି ଫାଇନାଲ୍କୁ ଉନ୍ନ ିତ ହେବେ । ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ଖେଳାଯିବା ନେଇ ଅଧିକ ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଦଳଗୁଡ଼ିକର ଗସ୍ତ ବିବରଣୀର ସମୟ ଧାର୍ଯ୍ୟ କରିବାକୁ ଏକ ଛୋଟ କମିଟି ଗଠନ କରାଯାଇଛି । ତେବେ ନିରପେକ୍ଷ ସ୍ଥାନ ଚୟନରେ ପାଣିପାଗ ଏକ ବଡ଼ ଭୂମିକା ନେବାକୁ ଯାଉଛି । ସେପ୍ଟେମ୍ବରରେ ୟୁଏଇରେ ତାପମାତ୍ର ୪୦ ଡିଗ୍ରୀ ପାଖାପାଖି ରହିଥାଏ ।
ତଥାପି ଏତେ ଗରମ ସତ୍ତେ୍ୱ ଏଠାରେ କ୍ରିକେଟ୍ ଆୟୋଜନ କରାଯାଇଛି । ୨୦୨୧ ଆଇପିଏଲ୍କୁ ସେପ୍ଟେମ୍ବର ଶେଷ ଆଡ଼କୁ ଏଠାରେ ଅ।ୟୋଜନ କରାଯାଇଥିଲା । କିନ୍ତୁ ପାକିସ୍ତାନ ସେପ୍ଟେମ୍ବର ଆରମ୍ଭରୁ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିସାରିଛି । ଓମାନ ରାଜଧାନୀ ମସ୍କାଟରେ ଏହି ସମୟରେ ତାପମାତ୍ରା ଟିକେ କମ୍ ରହିବ ଓ ପୂର୍ବରୁ ଏହି ସମୟରେ ୨୦୨୧ ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ଖେଳାଯାଇଥିଲା । ଇଂଲଣ୍ଡରେ ମ୍ୟାଚ୍ ଆୟୋଜନ ହେଲେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ ଓ ଖେଳ ଆକର୍ଷଣୀୟ ଲାଗିବ । ପାକିସ୍ତାନ ବାହାରେ ଏସିଆ କପ୍ର କିଛି ମ୍ୟାଚ୍ ଖେଳାଯିବା ନେଇ ଗତ ସପ୍ତାହରେ ଦୁବାଇରେ ହୋଇଥିବା ଏସୀୟ କ୍ରିକେଟ୍ ପରିଷଦ (ଏସିସି) ବୈଠକରେ ସହମତି ହୋଇଥିଲା । ଗତବର୍ଷ ଅକ୍ଟୋବରରେ ଭାରତ ଏସିଅ ।
କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ମନ୍ତବ୍ୟ ଦେଇଥିଲେ । ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନ ଆସେ କିମ୍ବା ଏହି ପ୍ରତିଯୋଗିତାକୁ ପାକିସ୍ତାନ ବାହାରକୁ ନିଆଯାଏ, ତାହେଲେ ଭାରତରେ ହେବାକୁ ଥିବା ଦିନିକିଅ । ବିଶ୍ୱକପ୍ରେ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ବୋଲି ପିସିବି ମୁଖ୍ୟ ନଜମ ସେଠୀ ପ୍ରତିକ୍ରିୟା ରଖିଥିଲେ । କିଛିଦିନ ଧରି ଏହା ଉପରେ ବିତର୍କ ଚାଲିବା ପରେ ଉଭୟ ବୋର୍ଡର ନେତୃତ୍ୱଙ୍କ ମଧ୍ୟରେ ନିରପେକ୍ଷ ସ୍ଥାନରେ ଭାରତର ମ୍ୟାଚ୍ ଖେଳାଯିବା ନେଇ ଆପାତତଃ ସହମତି ହୋଇଛି । ତେବେ ଏ ସମସ୍ତ ଯୋଜନା ସଂପର୍କରେ ଉଭୟ ବୋର୍ଡ ସେମାନଙ୍କ ସରକାରଙ୍କ ସହିତ ଆଲୋଚନା କରିବା ପରେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।