ଘଟଗାଁ ରେଞ୍ଜରେ ପୁଣି ବାଘ ଆତଙ୍କ

157

କେନ୍ଦୁଝର,(ଡିକେ ନୁ୍ୟଜ):କେନ୍ଦୁଝର ଜିଲା ଘଟଗାଁ ରେଞ୍ଜରେପୁଣି ବାଘ ଆତଙ୍କ । କିଛି ମାସପୂର୍ବେ ମହାବଳ ବାଘ ଗୋରୁ ମାରିଖାଇଥିବା ବେଳେ ଏବେ ପୁଣି ଉକ୍ତରେଞ୍ଜ ଢେଙ୍କିକୋଟ ସେକ୍ସନବାଲିପୋଖରୀ ବିଟ୍ କାଳିମାଟିଡ୍ୟାମନିକଟରେଏକକଲରାପତରିଆବାଘ ଆକ୍ରମଣରେ୪ ଟି ଛେଳି ମାରିଛି । ବନବିଭାଗପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁଡାକବାଜି ଯନ୍ତ୍ର ମାଧ୍ୟମରେଜଙ୍ଗଲକୁ ଯିବାକୁ ବାରଣକରାଯାଇଛି । ରଜାବନ୍ଧ ସାହିରଲମ୍ବୋଦର ମୁଣ୍ଡା ଏବଂ ବାସନ୍ତୀମୁଣ୍ଡା ଛେଳି ଚରାଇବାକୁ ବାରବାଙ୍କସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ ।ତେବେ ଅପରାହ୍ନରେ ପ୍ରବଳ ବର୍ଷାହେବାରୁ ସେମାନେ ଜଙ୍ଗଲରୁପଳାଇ ଆସିଥିଲେ । ଛେଳି ଗୋଠମଧ୍ୟରୁ କିଛି ଛେଳି ପଳାଇଆସିଥିବାବେଳେ ୧୦ଟି ଛେଳିଜଙ୍ଗଲରେ ରହି ଯାଇଥିଲେ । ତେବେଶନିବାରସକାଳେ ଜଙ୍ଗଲରେ ରହିଯାଇଥିବା ଛେଳି ଖୋଜିବାକୁଜଙ୍ଗଲକୁ ଯାଇଥିବାବେଳେ ପାହାଡଉପରେ ୪ଟି ଛେଳି କ୍ଷତବିକ୍ଷତହୋଇ ମରିପଡିଥିବା ଏବଂ ଉକ୍ତସ୍ଥାନରେ ବାଘର ପାଦ ଚିହ୍ନ ଥିବାଦେଖି ବନବିଭାଗକୁ ସୂଚନାଦେଇଥିଲେ । ଆହୁରି ୬ଛେଳିନିଖୋଜ ଥିବାବେଳେ ବନ ବିଭାଗପକ୍ଷରୁ ଜଙ୍ଗଲକୁ ନ ଯିବାକୁସୁନାରିପଶି, କୋଳିମାଟି, ରଜାବନ୍ଧସାହିର ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ରମାଧ୍ୟମରେ ବାରଣ କରାଯାଇଛି ।କୋଳିମାଟି ଡ୍ୟାମ ନିକଟରେ ବାଘରପାଦ ଚିହ୍ନ ପ୍ଲାଷ୍ଟର ପ୍ୟାରିସରେନିଆଯାଇଥିବା ବେଳେ ଏହାକଲରାପତରିଆ ବାଘ ବୋଲି ବନବିଭାଗ ଅନୁମାନ କରୁଛି । ବାଘରପାଦ ଚିହ୍ନ ଥିବା ସ୍ଥାନରେ ୨ଟିଟ୍ରାପ କ୍ୟାମେରା ଲଗାଯାଇଥିବାନେଇ ଏସିଏଫ୍ ପ୍ରାତ କୁଅଁରସୂଚନା ଦେଇଛନ୍ତି 

Leave A Reply

Your email address will not be published.