ନୂଆଦିଲ୍ଲୀ, ୧୦ା୧୦ ଚଳିତ ବିଶ୍ୱକପରସବୁଠାରୁ ବଡ଼ ମୁକାବିଲା ଶନିବାରଖେଳାଯିବ । ଗୋଟିଏ ପଟେ ଭାରତ ଓଅନ୍ୟପଟେ ରହିବ ପାକିସ୍ତାନ । ଏହିହାଇଭୋଲଟେଜ ମ୍ୟାଚ୍ ପାଇଁ ଫ୍ୟାନ୍ସଙ୍କମଧ୍ୟରେ ଏବେଠାରୁ ଉତ୍ସାହ ଲାଗିରହିଛି । ୧ ଲକ୍ଷରୁ ଅଧିକ ଲୋକ ବସିପାରୁଥିବା ଅହମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନଲଢେଇ କରିବେ । ଏଥିପାଇଁ ସବୁଟିକେଟ ବିକ୍ରି ମଧ୍ୟ ହୋଇ ସାରିଛି । ମ୍ୟାଚ୍ପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନାରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାରେ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀମୁତୟନ ହେବେ । ଗୁଜରାଟ ପୁଲିସ୍ ସହଆର୍ଏଏଫ୍, ଏନ୍ଏସ୍ଜି ଓ ହୋମଗାର୍ଡର୧୧ ହଜାର ଯବାନ ଅହମଦାବାଦ ଓନରେନ୍ଦ୍ର ମୋଦି ଷ୍ଟାଡିୟମର ସୁରକ୍ଷାଦାୟିତ୍ୱରେ ରହିବେ । ସମ୍ଭାବ୍ୟ ବିପଦ ଓଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖିଭାରତ-ପାକିସ୍ତାନ ମ୍ୟାଚ୍ ପାଇଁଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରାଯାଇଛି । ବିଗତ ୨୦ ବର୍ଷ ମଧ୍ୟରେକୌଣସି କ୍ରିକେଟ ମ୍ୟାଚକୁ ନେଇଅହମଦାବାଦରେ କେବେ ହେଲେସାଂପ୍ରଦାୟିକ ହିଂସା ଦେଖିବାକୁମିଳିନାହିଁ । ତଥାପି ସହରର ସଂପ୍ରଦାୟଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳଅଞ୍ଚଳଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନକରାଯିବ ବୋଲି ଅହମଦାବାଦ ପୁଲିସ୍କମିଶନର ଜିଏସ୍ ମଲିକ ସୂଚନାଦେଇଛନ୍ତି । ଭାରତ-ପାକିସ୍ତାନହାଇଭୋଲଟେଜ ମ୍ୟାଚକୁ ବିନାକୌଣସି ବିଭ୍ରାଟରେ ଶେଷ କରିବାପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦରପଟେଲ ରାଜ୍ୟର ଗୃହମନ୍ତ୍ରୀ ହର୍ଷସଙ୍ଘଭୀ, ରାଜ୍ୟର ଡିଜିପି ବିକାଶସାହାୟ, ଅହମଦାବାଦ ପୁଲିସ୍କମିଶନର ଜିଏସ୍ ମଲିକ ଓ ଅନ୍ରଷ୍ଠ ପୁଲିସ୍ ଅଧିକାରୀଙ୍କୁ ନେଇସମୀକ୍ଷା ବୈଠକ କରିଥିଲେ ।ଏହାପରେ ଭାରତ-ପାକିସ୍ତାନ
ମ୍ୟାଚର ସୁରକ୍ଷା ବ୍ୟବସ୍ଥାକୁ ନେଇଜିଏସ୍ ମଲିକ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।ମ୍ୟାଚ୍ ବେଳେ ଯେମିତି କୌଣସିଅପ୍ରୀତିକର ପରିସ୍ଥିତି ନ ଉପୁଜିବ,ତା’କୁ ସୁନିଶ୍ଚିତ କରିବା ପାଇଁ ସବୁପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁସେ ପୁଲିସ୍କୁ ନିଦେ୍ର୍ଦଶ ଦେଇଛନ୍ତି ।ନିକଟରେ ଜଣେ ଅଜଣା ବ୍ୟକ୍ତି ଇମେଲଯୋଗେ ଧମକପୂର୍ଣ୍ଣ ବାର୍ତ୍ତାଦେଇଥିଲେ । ଏଥିପାଇଁ ସୁରକ୍ଷାବ୍ୟବସ୍ଥାକୁ ଅଧିକ କଡ଼ାକଡ଼ିକରାଯାଇଥିବା ସେ କହିଛନ୍ତି । ମ୍ୟାଚକୁସରୁଖୁରରେ ସାରିବା ପାଇଁ ୭ ହଜାରପୁଲିସ୍ କର୍ମ·ରୀଙ୍କ ସହ ୪ ହଜାରହୋମଗାର୍ଡ ମୁତୟନ ହେବେ । ଏହାବ୍ୟତୀତ ୩ଟି ହିଟ ଟିମ, ଏନ୍ଏସ୍ଜିରଆଣ୍ଟି ଡ୍ରୋନ ଟିମ ଓ ବୋମାନିଷ୍କ୍ରିୟକାରୀ ଟିମ ମଧ୍ୟ ସୁରକ୍ଷାଦାୟିତ୍ୱରେ ରହିବେ । ଆଇଜି ରାଙ୍କର୪ ଜଣ ବରିଷ୍ଠ ପୁଲିସ୍ ଅଧିକାରୀଓ୨୧ ଜଣ ଡିସିପି ରାଙ୍କର ଅଧିକାରୀମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ୱରେନିୟୋଜିତ ହେବେ । ରାଜ୍ୟ ରିଜର୍ଭପୁଲିସ୍ (ଏସଆରପି)ର ୧୩କମ୍ପାନୀ ସହ ରାପିଡ ଆକ୍ସନ ଫୋର୍ସର୩ କମ୍ପାନୀ ମଧ୍ୟ ସୁରକ୍ଷା କାର୍ଯ୍ୟରେନିୟୋଜିତ ହେବେ । ଆରଏଏଫଯବାନମାନେ ସମ୍ବେଦନଶୀଳଅଞ୍ଚଳଗୁଡ଼ିକରେ ରହିବେ ।ଷ୍ଟାଡିୟମରେ ଯଦି ଦଳାଚକଟାପରିସ୍ଥିତି ହୁଏ, ତା’ହେଲେ ତା’ରମୁକାବିଲା କରିବାକୁ ମଧ୍ୟ ବିସ୍ତୃତଯୋଜନା କରାଯାଇଥିବା ସେ କହିଛନ୍ତି ।ମ୍ୟାଚ୍ ବେଳେ ଯଦି କୌଣସିରାସାୟନିକ ହମଲା କିମ୍ବା ଗ୍ୟାସ୍ ଲିକରସ୍ଥିତି ଉପୁଜେ, ତା’ହେଲେ ଏହାରମୁକାବିଲା ପାଇଁ ଏସଡିଆରଏଫ ଓଏନଡିଆରଏଫ ଟିମ ମଧ୍ୟ ରହିଛନ୍ତ
Sign in
Sign in
Recover your password.
A password will be e-mailed to you.
Next Post