ପାଳଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ: ୧୦ ଶ୍ରେଣୀକୁ ୭ ଶିକ୍ଷକ
ନିଶ୍ଚିନ୍ତକୋଇଲି, (ଡ଼ି କେ ନୁ୍ୟଜ):ନିଶ୍ଚିନ୍ତକୋଇଲି ବ୍ଲକ ପାଳଦାସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକଅଭାବରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତହୋଇପଡିଥିବାର ଅଭିଯୋଗହୋଇଛି । ଏହି ବିଦ୍ୟାଳୟରେଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଥିଲେମଧ୍ୟ ଏହାର ପ୍ରତିକାର ନିମନ୍ତେବିଭାଗୀୟ ସ୍ତରରେ କୌଣସିତତ୍ପରତା ପ୍ରକାଶ ପାଉନଥିବା କାରଣରୁ ଛାତ୍ର ଛାତ୍ରୀ ତଥାଅଭିଭାବକ ମହଲରେ ଗଭୀରଅସନ୍ତୋଷ ପ୍ରକାଶ ପାଇଛି । ପାଳଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଗତ ୧୯୪୯ ମସିହାରେ ସ୍ଥାପନ କରାଯାଇଥିଲା । ଏହି ବିଦ୍ୟାଳୟରେ୧୦ଟି ଶ୍ରେଣୀ ରହିଛି । ଏହି ୧୦ଟିଶ୍ରେଣୀରେ ୨୪୪ଜଣ ଛାତ୍ର ଛାତ୍ରୀଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟନିମନ୍ତେ ୧୨ଟି ଶିକ୍ଷକ ପଦବୀମଞ୍ଜୁର କରାଯାଇଥିଲା । ମାତ୍ର ଦୀର୍ଘ
ଦିନ ହେଲା ଏହି ବିଦ୍ୟାଳୟରେ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନଦେଉଥିବାର ଜଣାଯାଇଛି । ତେବେ୧୦ଟି ଶ୍ରେଣୀକୁ ୭ଜଣ ଶିକ୍ଷକଶିକ୍ଷୟିତ୍ରୀ କିପରି ଶିକ୍ଷାଦାନ ପ୍ରଦାନକରୁଥିବେ ତାହା ସହଜେ ଅନୁମେୟ ।ସେହିପରି ଭାବେ ଏହି ବିଦ୍ୟାଳୟରେ
ଆବଶ୍ୟକୀୟ ଶିକ୍ଷକ ଅଭାବରୁଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଥିବାର ଅଭିଭାବକ ମହଲରେଅଭିଯୋଗ ହୋଇଛି । ଶିକ୍ଷକ ନଥିବାକାରଣରୁ ଅଭିଭାବକମାନେସେମାନଙ୍କ ପିଲାଙ୍କୁ ଏହିବିଦ୍ୟାଳୟରେ ନାମ ଲେଖାଇବାନିମନ୍ତେ ଉଚିତ ମଣୁନାହାନ୍ତି ।ଫଳରେ ଦିନକୁ ଦିନ ଏହିବିଦ୍ୟାଳୟରେ ଛାତ୍ର ଛାତ୍ରୀ ସଂଖ୍ୟାଦୃତ ଗତିରେ ହ୍ରାସ ପାଇବାରେଲାଗିଛି । ଏହି ବିଦ୍ୟାଳୟକୁ ୫ଟିରୂପାନ୍ତରିକରଣ ଯୋଜନାରେ ସାମିଲକରାଯାଇଥିଲା ବେଳେ ବିଦ୍ୟାଳୟରେଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ ।ଏପରିକି କେତେକ ଶ୍ରେଣୀ ଗୃହରବିପଦ ସଙ୍କୁଳ ଅବସ୍ଥାରେ ରହିଛି ।ଏହି ଶ୍ରେଣୀ ଗୃହରୁ ରଡ ବାହାରିଯାଇଥିଲା ବେଳେ ବହୁ ସମୟରେଦଲା ଦଲା ବାଲି ମିଶ୍ରିତ ଗୋଡି ଖସିପଡୁଥିବାର ଅଭିଯୋଗ ହୋଇଛି ।ସେହିପରି ଭାବେ ବିଦ୍ୟାଳୟରେକୌଣସି ପାଚେରୀ ନଥିବା କାରଣରୁବହୁ ସମୟରେ ବାହାରର ବୁଲା ଗାଈଗୋରୁ ଓ କୁକୁର ବିଦ୍ୟାଳୟପରିସରକୁ ପ୍ରବେଶ କରିଶିକ୍ଷାଦାନରେ ଗୁରୁତର ବ୍ୟାଘାତ ସୃଷ୍ଟିକରୁଛନ୍ତି । ସେହିପରି ଭାବେ ଏହିବିଦ୍ୟାଳୟରେ କୌଣସି ପିଅନନଥିଲା ବେଳେ କୌଣସି କିରାଣୀନାହାନ୍ତି । ଫଳରେ ଅଫିସଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠିକ୍ସମୟରେ ହୋଇପାରୁନାହିଁ ।ଅପରପକ୍ଷରେ ଏହି ବିଦ୍ୟାଳୟରେକୌଣସି ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି ।ଉତରକୂଳ ବାପୁଜୀ ସ୍ମାରକୀବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହିବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକଦାୟୀତ୍ୱ ଦିଆଯାଇଥିଲା ବେଳେ ସେଆଦୌ ଏହି ବିଦ୍ୟାଳୟକୁଆସୁନଥିବାର ଅଭିଯୋଗ ହୋଇଛି ।ପ୍ରଶାସନ ତରଫରୁ ତୁରନ୍ତ ଏହିବିଦ୍ୟାଳୟର ସମସ୍ୟାକୁ ସମାଧାନକରାଯିବା ସହ ଆବଶ୍ୟକୀୟ ଶିକ୍ଷକଯୋଗାଇ ଦେବାକୁ ସାଧାରଣରେ ଦୃଢଦାବି ହୋଇଛି ।