ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ

160

ପୁରୀ,୨୦ା୧୦(ଡିକେ ନୁ୍ୟଜ):ଶାରଦୀୟ ଦୁର୍ଗାପୂଜା ପାଇଁଶ୍ରୀକ୍ଷେତ୍ର ହୋଇଉଠିଛିଚଳଚଞ୍ଚଳ । ତି୍ରଦିନାତ୍ମକ ପୂଜାପାଳନ ପାଇଁ ବିଭିନ୍ନ ମଣ୍ଡପରେଗୋସାଣୀମୂର୍ତ୍ତିମାନ ସ୍ଥାନପାଇଛି । ସହରରେ ପର୍ଯ୍ୟଟକବିଶେଷ କରି ବଙ୍ଗୀୟଯାତ୍ରୀଙ୍କଆଗମନ ଆଶାତୀତ ଭାବେ ବୃଦ୍ଧିପାଇଛି । ବିଭିନ୍ନ ହୋଟେଲ,ଲଜିଂ, ମଠ ଓ ଧର୍ମଶାଳାପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଦ୍ୱାରାଭରପୁର ହୋଇଯାଇଛି ।ପାର୍ବଣଯାତ୍ରା ପାଇଁ ଅଧିକାଂଶହୋଟେଲ, ଲଜିଂ ବିଭିନ୍ନରଙ୍ଗବେରଙ୍ଗ ଆଲୋକମାଳାରେସଜ୍ଜିତ କରାଯାଇଛି । ବେଳାଭୂମିଅଞ୍ଚଳ ସଂପୂର୍ଣ୍ଣ ଲୋକାରଣ୍ୟହୋଇଉଠିଛି । ବେଳାଭୂମିରାସ୍ତାରେ ବହୁ ସଂଖ୍ୟାରେ ଗାଡିମଟର ଯାତାୟତ କରୁଛି ।ସ୍ୱର୍ଗଦ୍ୱାର ଅଞ୍ଚଳରେ ଖୋଲାଖୋଲିଭାବେ ପର୍ଯ୍ୟଟକମାନେ ବିଚରଣକରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁବ୍ୟାପକ ସୁରକ୍ଷା ବନେ୍ଦାବସ୍ତକରାଯାଇଛି । ବିଭିନ୍ନ ଗୋସାଣୀମଣ୍ଡପରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି ।ବସ୍ଷ୍ଟାଣ୍ଡ, ଷ୍ଟେସନ ନିକଟବର୍ତ୍ତିଅଞ୍ଚଳ ଓ ବେଳାମାର୍ଗରେ ସାଧାପୋଷାକଧାରୀ ପୋଲିସଙ୍କୁ ମୁତୟନକରାଯାଇଛି । ଆଜି ମହାସପ୍ତମୀଅବସରରେ ବିଭିନ୍ନ ଦେବୀ ମନ୍ଦିରଗୁଡିକ ହୋଇଉଠିଛି ଚଳଚଞ୍ଚଳ ।ଦୁର୍ଗାସ୍ତୋତ୍ର ଓ ଚଣ୍ଡୀପାଠର ଧ୍ୱନିରେଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛିା ଶ୍ରୀମନ୍ଦିର ବେଢାସ୍ଥିତ ଦେବୀବିମଳାଙ୍କଠାରୁ ଆରମ୍ଭ କରି ମନ୍ଦିରନିକଟସ୍ଥ ଦକ୍ଷିଣକାଳୀ, ଗଛକାଳୀ,ଶ୍ୟାମାକାଳୀ, ରାମଚଣ୍ଡୀ, ଅଲାମଚଣ୍ଡୀ,ବାସେଳୀ, ବାଟମଙ୍ଗଳା, ବରାହୀ,ବିଶେଶ୍ୱରୀ ଓ ମରଚି ଠାକୁରାଣୀଆଦି ସମସ୍ତ ଦେବୀ ମନ୍ଦିରରେଆରମ୍ଭ ହୋଇଛି ତି୍ରଦିନାତ୍ମକ ପୂଜା ।ପରମ୍ପରା ଅନୁଯାୟୀ ଦେବୀପୀଠ ଓପୂଜାମଣ୍ଡପମାନଙ୍କରେ କରାଯାଉଛିସଙ୍ଖୁଡି ଭୋଗ । ଆଜି ନିଶାର୍ଦ୍ଧରେବିଭିନ୍ନ ପୂଜାମଣ୍ଡପରେ ଦୁର୍ଗା ଓଗୋସାଣୀମୂର୍ତ୍ତିମାନଙ୍କୁ ଜୀବନ୍ୟାସଦିଆଯାଇ ତି୍ରଦିନାତ୍ମକ ପୂଜାରଶୁଭାରମ୍ଭ କରାଯାଇଛି ।ଶ୍ରୀମନ୍ଦିରରେ ଅଧିତିଷ୍ଠ ଦେବୀବିମଳାଙ୍କ ପ୍ରତିନିଧି ବଣିଆପଟିରକାକୁଡ଼ିଖାଇଙ୍କ ପୀଠରେପାରମ୍ପରିକ ବିଧିବିଧାନ ଅନୁଯାୟୀମହାସପ୍ତମୀ ପୂଜା ସମ୍ପନ୍ନହୋଇଛି । ନରେନ୍ଦ୍ରପୁଷ୍କରିଣୀରୁ ପାଣିତୋଳାଯାଇ ଶୋଭାଯାତ୍ରାରେପୂଜାମଣ୍ଡପକୁ ଅଣାଯାଇ ହୋମ,ଚକ୍ଷୁଦାନ ଓ ଅନ୍ୟାନ୍ୟ ବିଧିବିଧାନପୂର୍ବକ ଦେବୀଙ୍କଠାରେସପ୍ତମୀପୂଜା ସମ୍ପନ୍ନ ହୋଇଛି ।ଚାନ୍ଦିମେଢ଼ରେ ସଜିତ ହୋଇଝଟକୁଛନ୍ତି ମା କାକୁଡ଼ିଖାଇ ।ପ୍ରତ୍ୟେକ ଦେବୀ ମଣ୍ଡପନିକଟରେ ଧୂପଦୀପରଦୋକାନମାନ ଖୋଲିଯାଇଛି ।ଆକର୍ଷଣୀୟ ରଙ୍ଗିନ ଆଲୋକମାଳାରେ ଝଟକୁଛି ବିଭିନ୍ନପୂଜାମଣ୍ଡପ । ଦୁର୍ଗାବାଡି ସମିତିପୂଜାମଣ୍ଡପରେ ପାରମ୍ପରିକବିଧିବିଧାନ ଅନୁଯାୟୀ ଆଜିଠାରୁଦେବୀଙ୍କ ଷଷ୍ଠୀପୂଜା ଆରମ୍ଭହୋଇଛି । କାଳୀକାଦେବୀସାହିସ୍ଥିତ ଦକ୍ଷିଣକାଳୀଙ୍କୁସପ୍ତମୀ, ଅଷ୍ଟମୀ ଓ ନବମୀଅବସରରେ ସୁନାବେଶରେସଜିତ କରାଯାଉଛି । ଦଶହରାଦିନ ମା’ ଦକ୍ଷିଣକାଳୀଅପରାଜିତା ବେଶରେ ସଜ୍ଜିତାହେବେ । ତି୍ରଦିନାତ୍ମକ ପୂଜାଅବସରରେ ବିଭିନ୍ନ ମଣ୍ଡପରେସାଂସ୍କୃତିକ କାର୍ଯ୍ୟକ୍ରମରଆୟୋଜନ କରାଯାଇଛି ।

Leave A Reply

Your email address will not be published.