ନୁ୍ୟଜିଲାଣ୍ଡକୁ ୫ରନରେ ହରାଇଲା ଅଷ୍ଟ୍ରେଲିଆ
ଧର୍ମଶାଳା, ୨୮ା୧୦: ଚଳିତ ବିଶ୍ୱକପରେଶନିବାର ଏକ ହାଇଭୋଲଟେଜ୍ ମ୍ୟାଚ୍ଦେଖିବାକୁ ମିଳିଛି । ଶେଷ ବଲ୍ ପର୍ଯ୍ୟନ୍ତ ·ଲିଥିବା
ଛକାପଞ୍ଝା ମୁକାବିଲାରେ ବାଜି ମାରିଛି ୫ ଥରରବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ଆଉ ବିଶ୍ୱରେକର୍ଡ କରିବାରୁ ଅଳ୍ପକେରୁ ବର୍ତ୍ତିଛି ନ୍ୟୁଜିଲାଣ୍ଡ ।
ଧର୍ମଶାଳାରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣମ୍ୟାଚରେ ଅଷ୍ଟ୍ରେଲିଆ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୫ରନରେ ହରାଇବାରେ ସକ୍ଷମ ହୋଇଛି । ରଚିନ
ରବିନ୍ଦ୍ରଙ୍କ ଶତକ ଓ ଶେଷ ଆଡ଼କୁ ଜିମି ନିଶାନଙ୍କଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି ।ବିଜୟ ସହ ଅଷ୍ଟ୍ରେଲିଆ ଷଷ୍ଠ ମୁକାବିଲାରୁ ଚତୁର୍ଥ
ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡସମାନ ସଂଖ୍ୟକ ମ୍ୟାଚରୁ ଦ୍ୱିତୀୟ ପରାଜୟଭୋଗିଛି । ଦୁଇ ଦଳ କ୍ରମଶଃ ତୃତୀୟ ଓ ଚତୁର୍ଥ
ସ୍ଥାନରେ ରହିଛନ୍ତି । ଧର୍ମଶାଳାରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂକରିଥିବା ଅଷ୍ଟ୍ରେଲିଆ ଟ୍ରେଭିସ୍ ହେଡଙ୍କ ୧୦୯
ରନ, ଡେଭିଡ୍ ୱାର୍ଣ୍ଣରଙ୍କ ୮୧ ରନ ସହ ଅନ୍ୟବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୪୯.୨
ଓଭରରେ ୩୮୮ ରନରେ ଅଲଆଉଟ୍ହୋଇଥିଲା । ଜବାବରେ ରଚିନ ରବୀନ୍ଦ୍ରଙ୍କ ୧୧୬ରନ, ଡେରିଲ ମିଚେଲଙ୍କ ୫୪ ରନ ଓ ଜେମ୍ସ
ନିଶାନଙ୍କ ଲଢୁଆ ୫୮ ରନ ବଳରେ କିୱି ଦଳନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୩୮୩ରନକରି ପାରିଛି । ରନ ଦୃଷ୍ଟିରୁ ବିଶ୍ୱକପର ଗୋଟିଏମ୍ୟାଚରେ ଏହା ସର୍ବାଧିକ ସ୍କୋର ।