କଳାହାଣ୍ଡିକୁ ୧୨ହଜାର କୋଟିର ପ୍ରକଳ୍ପ ଭେଟି

152

ଭୁବନେଶ୍ୱର,୧ା୧୧(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡିଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭକରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ
ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀକହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍·ଲିବ ଏବଂ ସବୁ ପଞ୍ଚାୟତକୁ ବସ୍ ଯିବ ।କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଏହି
ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂବିକାଶର ଗାଡିକୁ ଆହୁରି ଜୋରରେ ଆଗକୁନେବ । ସାରା ରାଜ୍ୟରେ ଏହି ଯୋଜନାରେ
୧୦୦୦ଟି ବସ୍ ·ଲିବ ବୋଲି ମୁଖ୍ୟମନ୍ତ୍ରୀକହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀକଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀବିଶ୍ୱବିଦ୍ୟାଳୟ ଭାବେ ନାମିତ କରିଥିଲେ ।
ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟଉଦେ୍ଦଶ୍ୟ ହେଉଛି ସ୍ଥାନୀୟ ପରିବହନବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ
କରିବା । ଯୋଜନାର ଶୁଭାରମ୍ଭ ପରେ ବସ୍ରେବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍ଫ୍ୟାସିଲିଟିର ଉଦ୍ଘାଟନ କରିଥିଲେ । ଆଜି
ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲିପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର
ପ୍ରକଳ୍ପ ଉଦ୍ଘାଟନ ହେଲା । ଆଉ ୯୦୦କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମିରଖାଗଲା । ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି
ଜୋରଦାର କରିବ ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସରଅସୁବିଧା ବିଷୟରେ ଜାଣିବା ପରେ ଲକ୍ଷ୍ମୀଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରାଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର ହେବ ।ରାଜ୍ୟରେ ·ଲିବ ଏକ ହଜାରରୁ ଅଧିକ ବସ ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ
ଆପଣଙ୍କ ଘର ପାଖକୁ ବସ ଆସିବ । ସମସ୍ତଙ୍କୁଯୋଡ଼ିବ । ପିଲାଙ୍କୁ ସ୍କୁଲ ସହିତ, ·ଷୀକୁମାର୍କେଟ ସହିତ ଆଉ ମା’ମାନଙ୍କ ଗତିଶୀଳତାବୃଦ୍ଧି ପାଇବ । କଳାହାଣ୍ଡିର ବିକାଶ ଉପରେ
ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକମଡେଲ । ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଯୋଗ,ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି
କଳାହାଣ୍ଡିବାସୀଙ୍କ ସ୍ୱପ୍ନକୁ ସାକାର କରିଛି ।କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନକରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି ।ବିକାଶର ଯାତ୍ରାରେ ଆଗକୁ ବଢ଼ିଛି । ସାରା
ଦେଶକୁ ଆଜି କଳାହାଣ୍ଡି ·ଉଳ ଦଉଛି ବୋଲିସେ କହିଥିଲେ । ଇନ୍ଦ୍ରାବତୀ ପ୍ରୋଜେକ୍ଟକଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇସେ କହିଥିଲେ ଯେ ଏହି ପ୍ରୋଜେକ୍ଟ
କଳାହାଣ୍ଡିର ଚେହେରାକୁ ଉଜ୍ଜ୍ୱଳ କରିଛି । ଖୁବ୍ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶାକାର୍ଯ୍ୟକ୍ରମ ଆରମ୍ଭ ହେବ । ସବୁ ପଞ୍ଚାୟତକୁମିଳିବ ପ·ଶ ଲକ୍ଷ ଟଙ୍କା । ଆମ ସଂସ୍କୃତି ଓ
ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବବୋଲି ସେ କହିଥିଲେ । ସମସ୍ତଙ୍କସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିରବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି
ସେ ମତ ଦେଇଥିଲେ । ଆଜି କଳାହାଣ୍ଡିରେସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟଉଦ୍ଘାଟିତ ହେଇଥିଲା । ଏହି ଅବସରରେମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି
ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହିକାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇକହିଲେ ଯେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ
ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁପଞ୍ଚାୟତ ଗୁଡିକରେ ଲୋକମାନେ ସ୍ୱପ୍ନରେସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବିନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର
ଆଧୁନିକ ବସ୍ ପରିବହନ ବ୍ୟବସ୍ଥା ଉପଲବ୍ଧହୋଇଛି । ଏହି କାର୍ଯ୍ୟକ୍ରମରେ ୫-ଟି ତଥାନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଲୋକସଭା
ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦସୁଜିତ କୁମାର, ବିଧାୟକଗଣ ଭୂପିନ୍ଦର ସିଂ,ଦିବ୍ୟଶଂକର ମିଶ୍ର, ମୌଷଧି ବାଗ, ପ୍ରଦୀପକୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଓଡିଶାର
ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ପୂର୍ବରୁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚୁଆଲପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟାସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରଉଦ୍ଘାଟନ କରିଥିଲେ । ଏହି ଅବସରରେମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର
କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ପାଠପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀପ·ରିବା ପରେ ସେ କହିଥିଲେ ଯେ ଏଠାରେପାଠ ପଢିବା ପାଇଁ ସବୁପ୍ରକାର ସୁବିଧା
ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠପଢୁଛୁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ଦୁଇ ଜଣଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କସହିତ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଯେ ୩୨୫ କୋଟି ଟଙ୍କାବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି ।
୪୩.୧୮ ଏକର ପରିମିତ ଅଞ୍ଚଳରେନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ରପାଠ ପଢା ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ
ଲେଖାଇଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଶିକ୍ଷାରେଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ମିଳିପାରିବ ।ମେଡିକାଲ କଲେଜ ସହିତ ରାଜ୍ୟ ସରକାର
ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କାବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟଟିଚିଂ ହସ୍ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି । ଏହାବର୍ତ୍ତମାନ ନିର୍ମାଣାଧୀନ ।

Leave A Reply

Your email address will not be published.