ତଥ୍ୟ ଲିକ୍ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍

162

ନୂଆଦିଲ୍ଲ୍ୀ: ସବୁଠୁ ସୁରକ୍ଷିତକୁହାଯାଉଥିବା ଆପଲ ଫୋନ କିପରିହ୍ୟାକ ହେବ? ଆପଲ ଫୋନ ହ୍ୟାକଆଶଂକା ପଛରେ ସରକାରଙ୍କ ହାତରହିଛି ବୋଲି କିପରି ନିଷ୍କର୍ସରେ
ପହଞ୍ଚିଲ? କେଉଁ ଆଧାରରେ ଏପରିପରିଣାମ ନେଇ ନିଶ୍ଚିତ ହେଲ?ଅଜଣା ଜାଗାରୁ ରହି କିପରି ଏହାକୁଆକ୍ସେସ କରାଯାଇପାରିବ ବୋଲିନିଶ୍ଚିତ ହେଲ? ସମ୍ବେଦନଶୀଳ ତଥ୍ୟ
ଲିକ କେମିତି ହୋଇଯିବ? ଏପରିକିଛି ପ୍ରଶ୍ନର ଉତ୍ତର ଜାଣିବାକୁ କେନ୍ଦ୍ରସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଆପଲକୁନୋଟିସ ପଠାଇଛି । ନୋଟିସରତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି ।
ଆପଲ ସରକାରୀ ପ୍ରାୟୋଜିତ ହ୍ୟାକିଂନେଇ ଦେଶର ବିଭିନ୍ନ ବର୍ଗରଲୋକଙ୍କୁ ମେସେଜ ପଠାଇଥିଲା ।ଏହାକୁ ନେଇ ବିରୋଧୀ ଦଳ ନେତାତମ୍ବିତୋଫାନ କରିଥିଲେ । କେନ୍ଦ୍ର
ସରକାର ଜାଣିଶୁଣି ହ୍ୟାକ କରି ଡାଟାଲିକ ପାଇଁ ଉଦ୍ୟମ କରୁଥିବାସାଂଘାତିକ ଅଭିଯୋଗ ଆଣିଥିଲେ ।ଏହାପରେ ଆଜି କେନ୍ଦ୍ର ସରକାରଅଧିକ ତଥ୍ୟ ଜାଣିବାକୁ ଆପଲକୁ
ନୋଟିସ ପଠାଇଛନ୍ତି । ମେସେଜଆସିଥିବା ଟିଏମସି ସାଂସଦ ମହୁଆମୈତ୍ରଙ୍କ ସମେତ କଂଗ୍ରେସ ସାଂସଦଶଶୀ ଥରୁର, ପବନ ଖେଡା ଏବଂଶିବସେନା ସାଂସଦ ପ୍ରିୟଙ୍କା
ଚତୁର୍ବେଦୀ ପ୍ରମୁଖ କେନ୍ଦ୍ରକୁ ଟାର୍ଗେଟକରିଥିଲେ । ସେମାନଙ୍କ ଆପଲଫୋନକୁ ଆସିଥିବା ମେସେଜରସ୍କ୍ରିନସଟ ସେୟାର କରିଥିଲେ । ଆପସାଂସଦ ରାଘବ ଚଢା, ସମାଜବାଦୀ
ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ,ସିପିଏମ ମହାସିଚବ ସୀତାରାମୟେଚୁରୀ, ଏଆଇଏମଆଇଏମମୁଖିଆ ଅସଦୁଦ୍ଦିନ ଓୱେସୀଙ୍କଫୋନକୁ ମଧ୍ୟ ମେସେଜ ଆସିଥିଲାବୋଲି ସେମାନେ ଅଭିଯୋଗକରିଥିଲେ । ଏହାକୁ ନେଇ କଂଗ୍ରେସନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁଟାର୍ଗେଟ କରିଥିଲେ । ଏହାପରେକେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବସଫେଇ ଦେଇ କହିଥିଲେ ସରକାର
ଏ ନେଇ ଚିନ୍ତିତ ଅଛନ୍ତି । ଏହାଉପରେ ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଦଶଦିଆଯାଇଛି । ଖାଲି ଭାରତରେ ନୁହେଁଏଭଳି ମେସେଜ ୧୫୦ଟିଦେଶରେ ଆଇଫୋନ ବ୍ୟବହାରକରୁଥିବା ଗ୍ରାହକକୁ ପଠାଯାଇଛି ।

Leave A Reply

Your email address will not be published.