ଗୋଲାମୁଣ୍ଡା,: ଅଦିନିଆ ବର୍ଷା ଓ ଝଡ଼ ଯୋଗୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବଡ଼ଚେରଗାଁ, ଉଛଲା ଓ ଚହକା ପଞ୍ଚାୟତର •ଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବା •ଷୀଙ୍କ ଅଭିଯୋଗ ହୋଇଛି । ଅନେକ •ଷୀଙ୍କ ଧାନ, କପା, ମୁଗ, ବିରି ଆଦି ଫସଲ ମାଟିରେ ମିଶି ଯାଇଥିବା ବେଳେ ଅଧିକାଂଶ ପନି ପରିବା •ଷର ବ୍ୟାପକ କ୍ଷତି ଘଟିଥିବା ଦେଖିବାକୁ ମିଳିଛି । ଏହି ଅଦିନିଆ ଝଫ ତୋଫାନ ସାଙ୍ଗକୁ କୁଆପଥର ବର୍ଷା •ଷୀଙ୍କ ମୁଣ୍ଡରେ ଚଡକ ହୋଇ ପଡିଛି । ପ୍ରବଳ ବେଗରେ ପବନ ବହିବା ସହ ଘଡ଼ଘଡି ଓ କୁଆପଥର ବର୍ଷାରେ ଅନେକ ଜାଗାରେ ବଡ଼ବଡ଼ ଗଛ ଭାଙ୍ଗିଯାଇଥିବା ବେଳେ ଉଛଲା ପଞ୍ଚାୟତରେ କେତେକ ଲୋକଙ୍କ ବାସଗୃହ ମଧ୍ୟ ଭାଙ୍ଗିଯାଇଥିବାର ସୂଚନା ମିଳିଛି । ଆକସ୍ମିକ ପ୍ରାକୃତିକ ଦୁର୍ବିପାକରେ ରାସ୍ତାଘାଟରେ ଗଛ ପଡିଥିବାରୁ ଯାତାୟତରେ ବାଧାପ୍ରାପ୍ତ ଘଟିଛି । ସ୍ଥାନୀୟ ଲୋକେ କହିବା ଅନୁଯାୟୀ ହଠାତ ଗତକାଲି କଳାହାଣ୍ଡିଆ ମେଘ ଘୋଟିଆସି ପ୍ରଚଣ୍ଡ ବେଗରେ ପବନ ବହିବା ସହ ଝଡ଼ ବର୍ଷା ଯୋଗୁ ତିନି ଗୋଟି ପଞ୍ଚାୟତର •ଷ ବାସକୁ ବହୁଳ କ୍ଷତି ପହଞ୍ଚାଇଥିଲା । ଫଳରେ ଅନେକ ଗରିବ ଶ୍ରେଣୀର ଖଟିଖିଆ •ଷୀମାନଙ୍କ ପାଇଁ ତାହା ଚିନ୍ତାର କାରଣ ସାଜିଛି । •ଷୀ କେତେ ଦୁଃଖ କଷ୍ଟରେ ଲୋକଙ୍କ ଠାରୁ ଧାର କରଜ ଆଣି •ଷ କରିଥିଲେ ହେଲେ •ଷୀଙ୍କ ସ୍ୱପ୍ନକୁ ମାଟିରେ ମିଶାଇଦେଇଛି ଅଦିନିଆ ଝଡ଼ ବର୍ଷା । ଉଜୁଡା •ଷ ଯୋଗୁ ତିନି ପଞ୍ଚାୟତର •ଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ ପରିବାର ପ୍ରତିପୋଷଣ କରିବେ ନା ଆଣିଥିବା କରଜ ସୁଝିବେ ଏହି ଚିନ୍ତାରେ ଅଛନ୍ତି । ଏ ନେଇ ଚହକା ଗାଁର •ଷୀ ଈଶ୍ୱର ପୁଟେଲ ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ ଓ ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ କ୍ରମେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ, ତହସିଲଦାର ଅଶୋକ ପଟ୍ଟନାୟକ, ତିନି ରାଜସ୍ୱ ନିରୀକ୍ଷକଙ୍କ ସହିତ କ୍ଷୟକ୍ଷତିର ସମୀକ୍ଷା କରିଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଅଦ୍ଧକ୍ଷ ତୁଲେଶ୍ୱର ନାଏକ କ୍ଷୟକ୍ଷତି ଅଂଚଳ ପରିଦର୍ଶନ କରିବା ସହ •ଷୀଙ୍କ ପାଇଁ କ୍ଷତି ପୂରଣ ଦାବି କରିଛନ୍ତି । ଖବର ଲେଖିବା ଯାଏଁ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ତରଫରୁ ରାସ୍ତାରେ ପଡିଥିବା ଗଛ ହଟାଇବା ଓ ବିଦ୍ୟୁତ ସେବା ସ୍ୱଭାବିକ କରିବା ପାଇଁ ପ୍ରୟାସ ଜାରୀରହିଛି ।
Sign in
Sign in
Recover your password.
A password will be e-mailed to you.