ଅବକାରୀ ଚଢ଼ାଉ; ୬ ଗିରଫ

Excise raid; 6 arrested

182

ଆଠମଲ୍ଲିକ, : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି କିଶୋର ନଗର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି ଓ ବିଭାଗ ସୂତ୍ରରୁ ପ୍ରକାଶ ଯେ କଳମାଳକଟା ଗ୍ରାମର କୈଳାସ ସେଠୀଙ୍କ ଠାରୁ ୨୪ ଲିଟର, ଝିଙ୍କି ବାହଳ ଗ୍ରାମର ଝାରୁ ମିର୍ଦ୍ଧାଙ୍କ ଠାରୁ ୧୦ ଲିଟର, ଚମ୍ପା ପୁର ଗ୍ରାମର ପାଣୁ ବେହେରାଙ୍କ ଠାରୁ ୧୨ ଲିଟର ଚମ୍ପା ପୁର ଗ୍ରାମର ସୁଲଚନା ପଧାନଙ୍କ ଠାରୁ ୧୧ଲିଟର ଟିଙ୍କି ବାହଳ ଗ୍ରାମର ଭମା ମିର୍ଦ୍ଧାଙ୍କ ଠାରୁ ୧୫ ଲିଟର ଏବଂ ଝିଙ୍କୀ ବାହକ୍ଷଳଗ୍ରାମର, ନିରଞ୍ଜନ ମିର୍ଦ୍ଧାଙ୍କପାଖରୁ ୨ ଲିଟର ଦେଶୀ ମହୁଲି ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ବେଆଇନ ଗ୍ରାମରେ ମଦ କାରବାରକରୁଥିବା ଅଭିଯୋଗରେ ଗିରଫ କରି କୋର୍ଟ•ଲାଣ କରାଯାଇଥିବା ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ ସୂଚନା ଦେଇଛନ୍ତି ଓ ଚଢ଼ାଉରେ ଧରଣୀଧର ପ୍ରହରାଜ, ରଞ୍ଜିତା ହରିଚନ୍ଦନ, ମାନସ ପ୍ରଧାନ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.