ବିନା ଓଟିପିରେ ବି ଉଡ଼ିଯାଉଛି ଟଙ୍କା
କଟକ, (ଡିକେ ନୁ୍ୟଜ୍): ବ୍ୟାଙ୍କ କ୍ରେଡିଟ୍କା ର୍ଡ କିମ୍ବା ଡେବିଟ୍ କାର୍ଡର କଣ୍ଟାକ୍ଟଲେସ୍ବ୍ୟ ବସ୍ଥା ଏବେ ଗ୍ରାହକଙ୍କ ପାଇଁ କାଳହୋଇଛି । ସାଇବର ଅପରାଧୀ ଏହାକୁଅସ୍ତ୍ର କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କାଗାଏବ କରି ଦେଉଥିବା ବେଳେ ପୁଲିସପାଇଁ ତାହା ଚିନ୍ତାର କାରଣ ହୋଇଛି ।ଏଭଳି ସୁବିଧା ସହିତ କାର୍ଡରେଇଣ୍ଟରନ୍ୟାସନାଲ୍ ଟ୍ରାନଜାକ୍ସନ ସକ୍ରିୟଥିଲେ ସାଇବର୍ ଅପରାଧୀ ବିନା କୌଣସି
ଓଟିପି କିମ୍ବା ପିନ୍ କୋଡରେ ବ୍ୟାଙ୍କଆକାଉଣ୍ଟ ଖାଲି କରି ଦେଉଛନ୍ତି ।ଗ୍ରାହକଙ୍କ ସହଜ ଅର୍ଥ କାରବାର ପାଇଁଯଦିଓ ଏ ପ୍ରକାର ବ୍ୟବସ୍ଥା କାର୍ଡରେଯୋଡ଼ି ହୋଇଛି, କିନ୍ତୁ ନିଜ ପିନ୍ କୋଡକୁ
ଯେତେ ଗୋପନ ରଖିଲେ ବି ଏହିଧରଣର କାର୍ଡରେ ଟଙ୍କା ଗାଏବ୍ ହେବାଭଳି ଘଟଣା ସାମନାକୁ ଆସିବା ପରେକ୍ରାଇମବ୍ରାଞ୍ଚ ସାଇବର୍ ଅପରାଧ ସେଲ୍ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।
ସୂଚନା ଅନୁଯାୟୀ, ଡେବିଟ୍ କିମ୍ବାକ୍ରେଡିଟ୍ କାର୍ଡରେ ଇଣ୍ଟରନ୍ୟାସନାଲଉଲ୍ଲେଖ ଥିଲେ ଏ ପ୍ରକାର କାର୍ଡମାଧ୍ୟମରେ ଗ୍ରାହକ ବିଦେଶରେ ବି ଅର୍ଥକାରବାର କରିପାରିବେ । କୌଣସି
ସାମଗ୍ରୀ କିଣି ପାରିବେ । ଓଡ଼ିଶାରେ ରହିମଧ୍ୟ ବିଦେଶୀ ୱେବସାଇଟରୁ ସାମଗ୍ରୀକିଣାକିଣି କରିପାରିବେ । କିନ୍ତୁ ଏଧରଣର କାର୍ଡକୁ ଅସ୍ତ୍ର କରି ବିନାକୌଣସି ଓଟିପିରେ ସାଇବର୍
ଅପରାଧୀ ବିଦେଶୀ ୱେବସାଇଟରୁଦାମୀ ସାମଗ୍ରୀ କିଣି ଟଙ୍କା ଲୁଟିନେଉଛନ୍ତି । ସାଧାରଣତଃ ଭାରତୀୟଡୋମେନ୍(.ଇନ)ରେ ଥିବାୱେବସାଇଟରୁ କୌଣସି ସାମଗ୍ରୀ
କିଣିବା ସମୟରେ ଓଟିପି ମାଗିଥାଏ ।କିନ୍ତୁ ବିଦେଶୀ ୱେବସାଇଟରେଇଣ୍ଟରନ୍ୟାସନାଲ୍ କାର୍ଡରେ ସାମଗ୍ରୀକିଣିବା ସମୟରେ କୌଣସି ଓଟିପି
ମାଗୁନାହିଁ । ଏ ଧରଣର କ୍ରେଡିଟ୍ କିମ୍ବାଡେବିଟ୍ କାର୍ଡର ଫଟୋ ଉଠାମୋବାଇଲ୍ ଗ୍ୟାଲେରିରେ ରଖିବା ବିବିପଦଜନକ । ଫୋନରେ ଗୁଗୁଲ ପ୍ଲେ
ଷ୍ଟୋର ମାଧ୍ୟମରେ ଡାଉନଲୋଡ୍ହେଉଥିବା ସମସ୍ତ ଆପ୍ଲିକେସନ୍ଇନଷ୍ଟଲ୍ ସମୟରେ ଗ୍ୟାଲେରିରଆକ୍ସେସ୍ ମାଗିଥାଏ । ତେଣୁମାଲୱେୟାର୍ ଆପ୍ଲିକେସନ୍ ମାଧ୍ୟମରେ
ଗ୍ୟାଲେରିରେ ଥିବା ଡେବିଟ୍ କିମ୍ବାକ୍ରେଡିଟ୍ କାର୍ଡର ତଥ୍ୟ ଚୋରି କରିନେଉଛନ୍ତି ସାଇବର୍ ଅପରାଧୀ ।ହାପରେ ବିନା ଓଟିପିରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି । ତେଣୁ
ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଥିବାଇଣ୍ଟରନ୍ୟାସନାଲ୍ ଟ୍ରାନଜାକ୍ସନବ୍ୟବହାରକୁ ତୁରନ୍ତ ବନ୍ଦ କରିବାଆବଶ୍ୟକ ବୋଲି ଜଣେ ସାଇବର୍ ପୁଲିସଅଧିକାରୀ ମତ ରଖିଛନ୍ତି । ନେଟ୍ ବ୍ୟାଙ୍କିଂ,କଲ୍ ସେଣ୍ଟର କିମ୍ବା ବ୍ୟାଙ୍କକୁ ଯାଇ ଏଭଳି
ବ୍ୟବସ୍ଥା ବନ୍ଦ କରାଯାଇପାରିବ ।