ସାଟେଲାଇଟ ଜରିଆରେ ପ୍ରତି ଗାଁରେ ପହଞ୍ଚିବ ହାଇସ୍ପିଡ୍‌ ଇଣ୍ଟରନେଟ

High speed internet will reach every village through satellite

144

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍‌ ପ୍ରୋଜେକ୍ଟ ଭାରତ ନେଟକୁ ଏବେ ସାଟେଲାଇଟ୍‌ ସହଯୋଗ ମିଳିବାକୁ ଯାଉଛି । ୧.୪ ଲକ୍ଷ କୋଟି ଟଙ୍କାର ବିଶାଳ ପ୍ରକଳ୍ପକୁ ନୂଆ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହା ଅନୁଯାୟୀ, ଉପାନ୍ତ ଅଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳରେ ଦ୍ରୁତ ଇଣ୍ଟରନେଟ ପାଇଁ ସାଟେଲାଇଟ ଟେକ୍ନୋଲୋଜୀ ଏବଂ ଫିକ୍ସଡ ୱାୟଲେସ ଆକ୍ସେସ ଏବଂ ଫାଇବର ଲାଇନ୍‌ର ବ୍ୟବହାର କରାଯିବ । ଏହି ଯାଜନାକୁ ମଞ୍ଜୁରୀ ମିଳିବା ପରେ ଜିଓ, ଷ୍ଟାରଲିଙ୍କ୍‌ ଏବଂ ୱାନୱେବ ଭଳି କମ୍ପାନି ସରକାରଙ୍କ ସହ ମିଶି ଭାରତନେଟ ଉପରେ କାମ କରିପାରିବେ ।ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପାନ୍ତ ଏବଂ ପାହାଡ଼ିଆ ଅଞ୍ଚଳର ପ୍ରାୟ ୧୦ ପ୍ରତିଶତ ଗ୍ରାମ ପଞ୍ଚାୟତକୁ ସାଟେଲାଇଟ୍‌ ଦ୍ୱାରା ଇଣ୍ଟରନେଟ୍‌ ସହ ଯୋଡ଼ାଯିବ । ବେସରକାରୀ କମ୍ପାନିଙ୍କ ସହ ବିଏସଏନଏଲକୁ ମଧ୍ୟ ସାଟେଲାଇଟ କମ୍ୟୁନିକେସନ କମ୍ପାନିଙ୍କ ସହ ହାତ ମିଳାଇବାକୁ ମଞ୍ଜୁରୀ ମଳିଯିବ । ଭାରତ ନେଟ ପ୍ରୋଜେକ୍ଟ ସମ୍ଭାଳୁ ଥିବା ବିଏସଏନଏଲ ଆସନ୍ତା ମାସରେ ଏ ସମ୍ବନ୍ଧରେ ଟେଣ୍ଡର ବାହାର କରିପାରେ । ଏହାର କାମ ଆସନ୍ତା ମାସ ମାର୍ଚ୍ଚ କିମ୍ବା ଏପ୍ରିଲରୁ ଆରମ୍ଭ କରିବା ପାଇଁ ଯୋଜନା ରହିଛି । ଏହି ପ୍ରୋଜେକ୍ଟର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧.୬୪ ଲକ୍ଷ ଗାଁରେ ଇଣ୍ଟରନେଟ୍‌ ପହଞ୍ଚିଯିବ । ଆଗାମୀ ଚରଣରେ ୪୭ ହଜାର ନୂଆ ଗ୍ରାମ ପଞ୍ଚାୟତ ଯୋଡ଼ାଯିବ ଏବଂ ଯୋଡ଼ି ହୋଇସାରିଥିବା ସବୁ ଗ୍ରାମରେ ଇଣ୍ଟରନେଟ୍‌ ସେବାରେ ସୁଧାର କରାଯିବ । ଭାରତନେଟ ଅନୁଯାୟୀ ଫାଇବର ଟୁ ଦ ହୋମ ସଂଯୋଗ ନେବା ଉପରେ ୮୯୦୦ରୁ ୧୨୯୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମଧ୍ୟ ଦିଆଯିବ । ଭାରତନେଟ ଉଦ୍ୟୋଗୀ ମଡେଲ ଅନୁଯାୟୀ ବିଏସଏନଏଲ ପାଞ୍ଚ ବର୍ଷରେ ୧.୫ କୋଟି ଫାଇବର ସଂଯୋଗ ଦେବାକୁ ଚାହୁଛି ।

Leave A Reply

Your email address will not be published.