ଖୋର୍ଦ୍ଧା, : ବେଗୁନିଆ ତହସିଲ ଅଧିନସ୍ଥ ଡ଼ଙ୍ଗରପଡା ଗ୍ରାମର କାଳୁ ଚୁଆ ପାହାଡ଼ରେ ବେଆଇନ ଭାବରେ ବ୍ଲାଷ୍ଟିଂ ନେଇ ଗ୍ରାମବାସୀ ମାନେ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଏବଂ ଖୋର୍ଦ୍ଧା ଼ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନର ମାଲିକାନାରେ ଥିବା କାଳୁଚୁଆ ପାହାଡ଼ଟିକୁ ପଥର ଖନନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୈନକ ଠିକା ସଂସ୍ଥାକୁ ନିଲାମ ଦିଆଯାଇଛି । ନିଲାମ ଏବଂ ଜନ ଶୁଣାଣିରେ ଦିଆ ଯାଇଥିବା ସର୍ତ୍ତ କୁ ବେଖାତିର କରି ଧାର୍ଯ୍ୟ ସୀମାରୁ ଅଧିକ ପଥର ଖନନ କରିବା ଏବଂ ଅନବରତ ବ୍ଲାଷ୍ଟିଂ କରିବା ଦ୍ୱାରା ପଥର ଖଣ୍ଡ ମାନ ଚାଷ ଜମିରେ ପଡି କ୍ଷତିଗ୍ରସ୍ତ ହେବା ସହ ପଥର ଖଣ୍ଡ ମାନ ଛିଟିକି ନିକଟରେ ଚାଷ ଜମିରେ ଚରୁ ଥିବା ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ଉପରେ ପଡିବା ଦ୍ୱାରା ସେମାନେ ମୃତ୍ୟୁ ବରଣ କରୁଛନ୍ତି । ଏପରିକି ଏହି ବ୍ଲାଷ୍ଟିଂ ଦ୍ୱାରା ଘର ଦ୍ୱାରା କ୍ଷତି ଗ୍ରସ୍ତ ହେବା ସହ ଘରର ଛାତ, ପଥର କାନ୍ଥ ସବୁ ଫାଟି ଯାଉଛି । ଛୋଟ ଛୋଟ ପିଲାମାନେ ବ୍ଲାଷ୍ଟିଂ ହେଉଥିବା ରାସ୍ତା ଦେଇ ବିଦ୍ୟାଳୟକୁ ଯିବାକୁ ଭୟ କରୁଛନ୍ତି । ଧାର୍ଯ୍ୟ ସୀମା ମଧ୍ୟ୍ୟରୁ ଅଧିକ ସଂଖ୍ୟାରେ ମାଲ ପରିବହନ କରିବା ଦ୍ୱାରା ରାସ୍ତା ଗୁଡିକ କ୍ଷତିଗ୍ରସ୍ତ ହେଉଛି । କାଳୁଚୁଆ ପାହାଡ଼ରୁ ଏକ ଝରଣାର ଝର ବୋହି ଆସି ନିକଟରେ ଥିବା ଚାଷ ଜମି ଗୁଡିକୁ ଜଳ ସେଚିତ କରିଥାଏ କିନ୍ତୁ ଅତ୍ୟଧିକ ମାତ୍ରାରେ ଖଣି ଖନନ କରିବା ଦ୍ୱାରା ଝରଣାର ଝର ବନ୍ଦ ହେବା ଦ୍ୱାରା ଆଜି ଜଳ ସେଚିତ ଚାଷ ଜମି ଗୁଡିକ ଅଣ ଜଳସେଚିତ ହୋଇଯାଇ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଖଣି ଖନନକୁ ବିରୋଧ କଲେ ଖଣି ନିଲାମ ନେଇଥିବା ସଂସ୍ଥା ଗୁଣ୍ଡା ଲଗେଇ ଗ୍ରାମବାସୀମାନଙ୍କୁ ଜୀବନରେ ମାରି ଦେବାର ଧମକ ଦେଉଛି । ଏହି ଖଣି ଖନନକୁ ବନ୍ଦ ନକଲେ ଆଗାମୀ ଦିନରେ ଗ୍ରାମବାସୀମାନେ ରାଜରାସ୍ତାକୁ ଉଲ୍ଲେଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.