ଟାଟା ପାୱାରର ‘ଓଃ ମାଇଁ ବିଉଟିଫୁଲ’ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା

Tata Power's 'Oh My Beautiful' Odisha Photography Contest

181

ଭୁବନେଶ୍ୱର, : ଟାଟା ପାୱାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି । ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ । ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ ଗୁଡ଼ିକ ପକ୍ଷରୁ “ଓଃ ମାଇଁ ବିଉଟିଫୁଲ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ଶୁଭାରମ୍ଭ ହୋଇ ଯାଇଛି । ଏପରିକି ଓଡ଼ିଶାର ସମୃଦ୍ଧ ଓ ବିବିଧ ସୌନ୍ଦର୍ଯ୍ୟକୁ ପାଳନ ଓ ପ୍ରୋତ୍ସାହିତ କରିବା ପାଇଁ ଉକ୍ତ ପ୍ରତିଯୋଗିତା ଏକ ନିଆରା ପଦକ୍ଷେପ ହେବ । ଏଥିରେ ସବୁବର୍ଗର ଫଟୋଗ୍ରାଫର ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରିବେ । ସେହିଭଳି ପ୍ରତିଯୋଗିତାର ଅଂଶଗ୍ରହଣ କାରୀମାନେ ରାଜ୍ୟର ଦୃଶ୍ୟପଟ, ଐତିହ୍ୟ, ଲୋକ ଓ ପରମ୍ପରାର ଅଗଣିତ ଆକର୍ଷଣୀୟ ଦିଗକୁ ଅନୁସନ୍ଧାନ ଏବଂ କଏଦ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । ଅପରପକ୍ଷରେ ପ୍ରତିଯୋଗିତାର ଶ୍ରେଷ୍ଠ ୧୨ଜଣ ବିଜେତା ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ (୧୫ ହଜାର ଟଙ୍କା ଲେଖାଏ) ପୁରସ୍କାର ଜିତିବେ ଏବଂ ସେମାନଙ୍କ ଫଟୋ ଟିପି ଓଡ଼ିଶା କ୍ୟାଲେଣ୍ଡର ୨୦୨୪ରେ ସ୍ଥାନ ପାଇବ । ସେହିପରି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଆବେଦନ ଗୁଡ଼ିକର ମୂଲ୍ୟାଙ୍କନ କରିବେ ଏବଂ ବିଜେତା ଫଟୋଗ୍ରାଫର ମାନଙ୍କ ନାମ ଏକ ଭବ୍ୟ ସମାରୋହରେ ଘୋଷଣା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ କଳାତ୍ମକ ଅବଦାନ ପାଇଁ ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ସହିତ ବିଜେତାମାନଙ୍କୁ ନଗଦ ରାଶି ଓ ସାର୍ଟିଫିକେଟ ସମେତ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଟିପି ଓଡ଼ିଶା ଡିସ୍‌କମ୍‌ର ପ୍ରବକ୍ତା କହିଛନ୍ତି, ଓଃ ମାଇଁ ବିଉଟିଫୁଲ ଓଡ଼ିଶା ପ୍ରତିଯୋଗିତା ଜରିଆରେ ଆମେ ଏକ ଛବି ଯାତ୍ରା ଆରମ୍ଭ କରୁଛୁ, ଯେଉଁଥିରେ ଫଟୋଗ୍ରାଫର ମାନଙ୍କୁ ସେମାନଙ୍କର ଲେନ୍ସ ମାଧ୍ୟମରେ ରାଜ୍ୟର ଚତ୍ମକାର କାହାଣୀ ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରୁଛୁ । ଓଡ଼ିଶାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲୋକଙ୍କ ହୃଦୟ ଓ ମନରେ ଏକ ଗଭୀର ସମ୍ପର୍କ ସୃଷ୍ଟି କରିବା ଭଳି ଦୃଶ୍ୟଚିତ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆମର ବିଶ୍ୱାସ ରହିଛି, ଏହି ଚିତ୍ର ମାଧ୍ୟମରେ ଆମେ ଭାବନା ଓ କୌତୂହଳ ଜାଗ୍ରତ କରିପାରିବା ଏବଂ ସାମୂହିକ ଭାବରେ ଓଡ଼ିଶାର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବା ।

Leave A Reply

Your email address will not be published.