ଝଡ ‘ମିଚାଉଙ୍ଗ’ ଯୋଗୁ ହୋଇଥିବା ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି

Prime Minister condoled the loss of lives due to Cyclone Michaung

167

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଝଡ ‘ମିଚାଉଙ୍ଗ’ ଯୋଗୁଁ ବିଶେଷ କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ହୋଇଥିବା ଜୀବନହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ ମଧ୍ୟ ଏହି ବାତ୍ୟାରେ ଆହତ କିମ୍ବା ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ପ୍ରଭାବିତଙ୍କ ସହାୟତା ପାଇଁ ଅଧିକାରୀମାନେ ଅନବରତ କାର୍ୟ୍ୟ କରୁଛନ୍ତି ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପର୍ୟ୍ୟନ୍ତ ସେମାନଙ୍କର କାର୍ୟ୍ୟ ଜାରି ରହିବ।

ଏକ X ପୋଷ୍ଟରେ ପ୍ରଧାନମନ୍ତ୍ରୀ,

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ବିଶେଷ କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ବାତ୍ୟା ‘ମିଚାଉଙ୍ଗ’ ପ୍ରଭାବରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି ବାତ୍ୟାରେ ଯେଉଁମାନେ ଆହତ ହୋଇଛନ୍ତି କିମ୍ବା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପାଇଁ ମୋର ପ୍ରାର୍ଥନା। ପ୍ରଭାବିତଙ୍କୁ ସହାୟତା କରିବା ପାଇଁ କର୍ତ୍ତୃପକ୍ଷମାନେ ଅନବରତ କାର୍ୟ୍ୟ କରୁଛନ୍ତି ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପର୍ୟ୍ୟନ୍ତ ସେମାନଙ୍କର କାର୍ୟ୍ୟ ଜାରି ରହିବ

Leave A Reply

Your email address will not be published.