ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍-ଭାରିଏଣ୍ଟ ଜେଏନ୍.୧। ୯ ଜଣ ଏହି ସବ୍ ଭାରିଏଣ୍ଟରରେ ସଂକ୍ରମିତ ହୋଇଥିବା ଖବର
ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ରବିବାର ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ୫୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହି ନୂଆ ମାମାଲା ମଧ୍ୟରୁ ଜେଏନ୍.୧ ସବ୍ଭାରିଏଣ୍ଟରେ ୯ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ଯାଞ୍ଚ ପରେ ଜଣାପଡିଛି। ମହାରାଷ୍ଟ୍ରର ଥାଣେରେ ୫ ଜଣ, ପୁଣେରୁ
୨ ଜଣ, ପୁଣେର ଓକୋଲା ସହର ଓ ସିନ୍ଧୁଦୁର୍ଗରୁ ଜଣେ ଲେଖାଏଁ ଜେଏନ୍.୧ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ସମସ୍ତ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସମସ୍ତଙ୍କୁ ଆଇସୋଲେସନ୍ରେ
ରଖାଯାଇଛି। ସେପଟେ ଦେଶରେ ବୃଦ୍ଧି ପାଉଥିବା ସକ୍ରିୟ କୋଭିଡ୍୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଟପିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କୋଭିଡ୍-୧୯ ସଂକ୍ରମଣ ଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୩୪କୁ ବୃଦ୍ଧି ପାଇଛି। ସଂକ୍ରମଣ ବୃଦ୍ଧି ସତ୍ତେ୍ୱ କେନ୍ଦ୍ର ସରକାର କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ଚିନ୍ତାର କାରଣ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି। ତେବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଓମିକ୍ରୋନ୍ ଭାରିଆଣ୍ଟର ସବ ଭାରିଆଣ୍ଟ ଜେଏନ୍.୧କୁ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ ଭାବେ ବର୍ଗୀକୃତ କରିଛି। ବିଗତ କିଛି ସପ୍ତାହ ମଧ୍ୟରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ଭୂତାଣୁରେ ପରିଣତ ହୋଇଛି, ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ଭାରତରେ ସମୁଦାୟ କୋଭିଡ୍-୧୯ରୁ ଆରୋଗ୍ୟ ହାର ୯୮.୮୧% ଥିବା ବେଳେ ମୃତ୍ୟୁ ହାର ୧.୧୮% ରହିଛି।
Sign in
Sign in
Recover your password.
A password will be e-mailed to you.
Prev Post