ଆସନ୍ତା ମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ଗୋଟିଏ ପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ଦେବାଦେବୀ, ଧର୍ମଗୁରୁ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଉଛି । ଅନ୍ୟପଟେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଦେଶର ଦେବପୀଠକୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଧର୍ମଗୁରୁଙ୍କୁ ନିର୍ମନ୍ତ୍ରଣ ଦିଆଯାଉଛି । ଏହି କ୍ରମରେ ମହାମଣ୍ଡଳେଶ୍ୱର ଡକ୍ଟର ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କୁ ଶ୍ରୀରାମ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଇଛି । ସତ୍ୟାନନ୍ଦ ମହାରାଜ ଏବେ ପଂଚାୟତ ମହାନିର୍ବାଣ ଅଖଡା, ହରିଦ୍ୱାରର ମହାମଣ୍ଡଳେଶ୍ୱର ଅଛନ୍ତି । ତେବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ନେଇ ରାଜନୀତିକ ବିବାଦ ଦେଖିବାକୁ ମିଳିଛି। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ଥିବା ବେଳେ ବିଜେପି ରାମ ମନ୍ଦିର କାର୍ଡ ଖେଳିବା ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ସ୍ପଷ୍ଟ ଭାରି ହୋଇପଡ଼ୁଛି। ତେଣୁ ବିରୋଧୀ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଧାର୍ମିକ ନେତା ଓ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ବିରୋଧୀ ଦଳ ନେତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ଓ ସେମାନଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିପିଆଇ(ଏମ) ନେତା ବ୍ରିନ୍ଦା କରାତ ୨୨ ତାରିଖ ରାମ ମନ୍ଦିର କାର୍ଯ୍ୟକ୍ରକୁ ରାଜନୀତିକରଣ କରାଯାଉଥିବାରୁ ତାଙ୍କ ଦଳ ଏଥିରେ ସାମିଲ ହେବନି ବୋଲି କହିଛନ୍ତି। ସେ କହିଛନ୍ତି, ଆମେ କାର୍ଯ୍ୟକ୍ରମକୁ ଯିବୁ ନାହିଁ। ଆମେ ଧାର୍ମିକ ବିଶ୍ୱାସକୁ ସମ୍ମାନ କରୁ। କିନ୍ତୁ ସେମାନେ (ବିଜେପି) ଧାର୍ମିକ କାର୍ଯ୍ୟକ୍ରମକୁ ରାଜନୀତି ସହ ଯୋଡ଼ିଛନ୍ତି। ଧର୍ମକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିବା କିମ୍ବା ଏହାକୁ ରାଜନୀତିକ ଏଜେଣ୍ଡା କରିବା ଠିକ ନୁହେଁ। କେବଳ ବାମପନ୍ଥୀ ନେତାମାନେ ରାମ ମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ନାହାନ୍ତି। ପୂର୍ବତନ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି, ଭଗବାନ ରାମ ମୋ ହୃଦୟରେ ଅଛନ୍ତି। ତେଣୁ ମୁଁ ଭାବୁଛି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାର ଆବଶ୍ୟକ ନାହିଁ। ନିର୍ବାଚନ ପୂର୍ବରୁ ବିଜେପି ଶକ୍ତିପ୍ରଦର୍ଶନ କରିବାର ଏହା ଏକ ମାଧ୍ୟମ। ମୁଁ ଆପଣଙ୍କୁ ଯାହା ବି କହିଛି ମୋ ହୃଦୟରୁ କହିଛି। କାରଣ ଏସବୁ ଜିନିଷକୁ ମୁଁ ଖାତିର କରେ ନାହିଁ। ଯଦି ରାମ ମୋ ହୃଦୟରେ ଅଛନ୍ତି, ତା’ହେଲେ ମୋ ଯାତ୍ରାରେ ସେ ମୋତେ ରାସ୍ତା ଦେଖାଇବେ। ଏହାର ଅର୍ଥ ମୁଁ କିଛି ଭଲ କାମ କରିଛି।
Sign in
Sign in
Recover your password.
A password will be e-mailed to you.