ଅନୁଗୁଳ,୨୮ା୧୨ : ବାପା, ମାଆ ଓ ଗୁରୁଙ୍କୁ ସମ୍ମାନ ଜଣାଇଲେ ବଢିବ ଜ୍ଞାନ ଓ ଗାରିମା। ଯେତେ ସମ୍ମାନ ଦେବେ ସେତେ ଜ୍ଞାନ ପାଇବେ ବୋଲି ଖମାର କଲେଜରେ ପିଲାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖମାରରେ ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ଉକ୍ରଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ସ୍ମାର୍ଟ ହେଉଛି ବୋଲି କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ୫କୋଟି ଅନୁମୋଦନ କରିଛନ୍ତି ବୋଲି ଜଣାଇଛନ୍ତି । ଏହାର କ୍ଲାସରୁମ ସ୍ମାର୍ଟ ହେବ, ସାଇନ୍ସ ଲ୍ୟାବ ଇ-ଲାଇବ୍ରେରୀ ପିଲା ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ଖମାରର ପିଲାମାନେ ବଡ଼ ସହରର ପିଲାଙ୍କ ଭଳି ସୁବିଧା ପାଇବେ। କଠିନ ପରିଶ୍ରମ କରିବେ, ଭବିଷ୍ୟତ ଉଜ୍ଜଳ କରିବେ ବୋଲି ସେ ଆଶା କରିଛନ୍ତି। ପାଠପଢି ବାପା, ମାଆ, କଲେଜ ଓ ଅନୁଗୁଳର ନାଁ ରଖିବେ। ଏହି ଅବସରରେ ପାଣ୍ଡିଆନ ତାଙ୍କ ଜୀବନର କାହାଣୀ ମଧ୍ୟ ବଖାଣିଥିଲେ। ସେ ବହୁତ ପଛୁଆ ଅଞ୍ଚଳରୁ ଆସିଥିଲେ। ୨୦କିମି ସାଇକେଲରେ ଯିବା ଆସିବା କରୁଥିଲେ। ସରକାରୀ ସ୍କୁଲରେ ପାଠପଢି ସେ ଆଇଏଏସ ଅଫିସର ହୋଇପାରିଥିଲେ। ଯଦି ସେ ଆଇଏଏସ ଅଫିସର ହୋଇପାରିଲେ ତେବେ ସମସ୍ତେ ଏହି ସ୍ୱପ୍ନ ସାକାର କରିପାରିବେ ବୋଲି ଗୁରୁମନ୍ତ୍ର ଦେଇଛନ୍ତି ପାଣ୍ଡିଆନ। ୫ବର୍ଷ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଦିନରାତି କଠିନ ପରିଶ୍ରମ କରିବେ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଗଡସନ୍ତ୍ରିରେ ସମୀକ୍ଷା କାର୍ଯ୍ୟକ୍ରମ ଶେଷ ପରେ ଖମାର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଶ୍ରୀ ପାଣ୍ଡିଆନ।
Sign in
Sign in
Recover your password.
A password will be e-mailed to you.