ଦାମ ରାଉତଙ୍କ ଉପରୁ ହଟିଲା ନିଲମ୍ବନ

The suspension was lifted from Dam Raut

173

ପାରାଦୀପ, : ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବର୍ଷିଆନ ରାଜନେତା ଡା.ଦାମୋଦର ରାଉତଙ୍କ ଉପରୁ ସୋମବାର ୨୦୨୪ ନବବର୍ଷର ପ୍ରଥମ ଦିନ ପ୍ରାରମ୍ଭରେ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳ ପକ୍ଷରୁ କରାଯାଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ଏହି ଖବର ପାଇବା ପରେ ପାରାଦୀପ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା, କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ କର୍ମୀମାନେ ମିଠା ବାଣ୍ଟି ଓ ବାଣ ଫୁଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ. ପାଣ୍ଡିଆନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ତେବେ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ଜଗତସିଂହପୁର ଜିଲ୍ଲା ବିଜେଡିର ଉପସଭାପତି କୁମର ବର ନାୟକ, ବିଜେଡି ଜିଲ୍ଲା ଯୁବ ଉପସଭାପତି ମାନସ ରଞ୍ଜନ ବିଶ୍ୱାଳ ଜିଲ୍ଲା ଯୁବ ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକ, ପାରାଦୀପ ବିଧାୟକ ପ୍ରତିନିଧି ରଶ୍ମି ରଞ୍ଜନ ପରିଡା, ପୂର୍ବତନ ପାରିଷଦ ଚିତ୍ତରଞ୍ଜନ ରାଉତରାୟ, କେ. ରାମବାବୁ, ଯୁବନେତା ଚିନ୍ମୟ ରଞ୍ଜନ ପରିଡା, ଦୀପକ ବେହେରା, ପାରାଦୀପ ବିଜୁ ଛାତ୍ର ଜନତା ଦଳ ସଭାପତି ଯୁଧିଷ୍ଠିର ଜେନା ପ୍ରମୁଖ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.