ନୂଆଦିଲ୍ଲୀ, ଏପ୍ରିଲ ୧୬ ତାରିଖରେ ସମ୍ଭାବ୍ୟ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଥିବା ଚିଠି ଭାଇରାଲ ହେବା ପରେ ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଚିଠିଟି ସୋଶାଲ ମିଡିଆରରେ ଭାଇରାଲ ହେବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଚୂଡ଼ାନ୍ତ ନୁହେଁ, ଏହା କେବଳ ଏକ ଆନୁମାନିକ ତାରିଖ। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲ୍ଲୀର ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଥିବା ଚିଠିରେ ୨୦୨୪ ଏପ୍ରିଲ ୧୬ ତାରିଖରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ସୂଚନା ଅନୁସାରେ ଏହି ତାରିଖରେ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନ ଆପାତତଃ ସ୍ଥିର କରିଛନ୍ତି। ତେବେ ଏହା କେବଳ ରେଫରେନ୍ସ ବା ଉଦାହରଣ। ଏହି ତାରିଖକୁ ଭିତ୍ତି କରି ନିର୍ବାଚନ ଆରମ୍ଭ ଓ ଶେଷ ତାରିଖ ଅନୁମାନ କରି ସେ ଦିଗରେ ପ୍ରସ୍ତୁତ ରହିବା ପାଇଁ ଏଭଳି ଚିଠି ଲେଖାଯାଇଛି ବୋଲି ପରେ ସ୍ପଷ୍ଟୀକରଣ ଦିଆଯାଇଛି। ଦିଲ୍ଲୀର ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଚିଠି ବା ସର୍କୁଲାର ଲେଖିଛନ୍ତି ଦିଲ୍ଲୀର ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଟି. ମିସାଓ। ଏହି ଚିଠି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ତରଫରୁ ସୋଶାଲ ମିଡିଆରେ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଏହି ଚିଠି ଅନୁସାରେ ୨୦୨୪ ଏପ୍ରିଲ ୧୬ ତାରିଖରେ ଲୋକସଭା ନିର୍ବାଚନ ହେବା ନେଇ କେତେକ ଗଣମାଧ୍ୟମ ଜାଣିବାକୁ ଚାହିଁଛନ୍ତି। ଏହି ତାରିଖ କେବଳ ଟେଣ୍ଟାଟିଭ୍ ବା ସମ୍ଭାବ୍ୟ ତାରିଖ। ଏହାକୁ ଉଦାହରଣ ଭାବେ ଗ୍ରହଣ କରି ନିର୍ବାଚନ ଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ତାରିଖ ଉଲ୍ଲେଖ କରାଯାଇଛି। ଏହା ଚୂଡ଼ାନ୍ତ ନୁହେଁ। ଏହି ତାରିଖରେ କେବଳ ଦିଲ୍ଲୀର ଲୋକସଭା ନିର୍ବାଚନ ହେବ କି ଏହା ସମୁଦାୟ ଲୋକସଭା ନିର୍ବାଚନର ଏକ ପର୍ଯ୍ୟାୟ ତାରିଖ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Sign in
Sign in
Recover your password.
A password will be e-mailed to you.