ଦିଲ୍ଲୀ ସଂକଳ୍ପ ରାଲିରେ ଗର୍ଜିଲେ ମୋଦି

Modi roared at the Delhi resolution rally

83

ନୂଆଦିଲ୍ଲୀ, : ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମେଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦ୍ୱାରକାରେ ଆୟୋଜିତ \”ବିକାଶ ଦିଲ୍ଲୀ ସଂକଳ୍ପ ରାଲି\’ରେ ଆପ୍ ଏବଂ ଅରବିନ୍ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ବିଜେପି ଦିଲ୍ଲୀରେ ବିକାଶ ଲାଗି ଆପ୍ରାଣ ଉଦ୍ୟମ କରିବ ବୋଲି ପିଏମ ମୋଦି କହିଛନ୍ତି । ଆପକୁ ଦିଲ୍ଲୀ ପାଇଁ ଆପଦା କହିବା ସହ ମୋଦି କହିଛନ୍ତି, ଆପଦା ଦିଲ୍ଲୀରୁ ଟଙ୍କା ଲୁଟ କରି ଅନ୍ୟ ରାଜ୍ୟରେ ନିଜର ରାଜନୈତିକ ଇଚ୍ଛାକୁ ଚରିତାର୍ଥ କରିବାରେ ବ୍ୟସ୍ତ ଅଛି । ଦିଲ୍ଲୀବାସୀ ଆପଦାକୁ ଦୂରେଇବା ଲାଗି ମନସ୍ଥ କରିସାରିଛନ୍ତି । ଆଗକୁ ବହୁମତ ସହ ଦିଲ୍ଲୀରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ୋକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ଦ୍ୱାରକାକୁ ଆସିଥିବାରୁ ମୋତେ ଭଗବାନ ଶ୍ରୀ କୃଷ୍ଣଙ୍କ ସହର \”ଦ୍ୱାରିକା\’ କଥା ମନେପଡ଼ୁଛି । ବିଜେପି ସେହି ଦ୍ୱାରିକା ଭଳି ଦିଲ୍ଲୀର ଦ୍ୱାରକାକୁ ଆଧୁନିକୀକରଣ କରିବାକୁ ଚାହୁଁଛି । ଏହାକୁ ଆଗାମୀ ଦିନରେ ସ୍ମାର୍ଟ ସିଟି କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରରେ ଥିବା ବିଜେପି ସରକାର ଦ୍ୱାରକାରେ ଭାରତ ବନ୍ଦନା ପାର୍କ ନିର୍ମାଣ କରିବେ । ଏହା ସମଗ୍ର ଦେଶ ପାଇଁ ଏକ ମଡେଲ୍ ହେବାକୁ ଯାଉଛି । ଭାରତର ରାଜଧାନୀରେ ଏହି ଭଳି ବିକାଶର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି । ଆପକୁ ଟାର୍ଗେଟ କରି ମୋଦି କହିଛନ୍ତି, ଆପଦା ସରକାର ପ୍ରତି ଦିଲ୍ଲୀବାସୀଙ୍ ମନରେ କ୍ରୋଧ ବଢ଼ିବାରେ ଲାଗିଛି । ତେଣୁ ଆପ୍ ମିଛ କହିବା ଆରମ୍ଭ କରିଦେଇଛି । ହରିୟାଣା ପ୍ରତି ଆପଦାର ଘୃଣା ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି । ଦିଲ୍ଲୀ ପ୍ରଦୂଷଣ ସହ ଯୁଝୁଥିବା ବେଳେ ସେମାନେ ହରିୟାଣାର କୃଷକଙ୍କୁ ଦୋଷୀ ସଜାଇବାକୁ ଚେଷ୍ଟା କରୁଛନ୍ତି । ଯମୁନା ନଦୀକୁ ହରିୟାଣା ପ୍ରଦୂଷିତ କରୁଛି ବୋଲି ଆପ୍ ଅଭିଯୋଗ କରୁଛି । ସେମାନେ ନିଜ ମିଥ୍ୟାକୁ ସତ ସାବ୍ୟସ୍ତ କରିବାକୁ ବହୁ ତଳକୁ ଖସିଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି । \”ବିକାଶ ଦିଲ୍ଲୀ ସଂକଳ୍ପ ରାଲି\’ରେ ପିଏମ୍ ମୋଦି ଆହୁରି କହିଛନ୍ତି, \”ଦିଲ୍ଲୀକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । ଆପଣମାନେ କଂଗ୍ରେସକୁ ବହୁ ବର୍ଷ ଧରି କ୍ଷମତାରେ ଦେଖିଥିଲେ, ଏବଂ ତା\’ପରେ ଆପ୍ ଦିଲ୍ଲୀକୁ ଦଖଲ କରିଥିଲା । ଆପଣମାନେ ମୋତେ ବାରମ୍ବାର ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ଏବେ ଡବଲ ଇଞ୍ଜିନ ସରକାର ଗଠନ କରି ମୋତେ ଦିଲ୍ଲୀର ସେବା କରିବାର ସୁଯୋଗ ଦିଅନ୍ତୁ । ବିଜେପି ଦିଲ୍ଲୀକୁ କେତେ ମାତ୍ରାରେ ଆଧୁନିକ କରିବାକୁ ଚାହୁଁଛି ତାହାର ଏକ ଝଲକ ଏଠାରେ ଦ୍ୱାରକାରେ ଦେଖିବାକୁ ମିଳିବ । କେନ୍ଦ୍ର ସରକାର ଏଠାରେ ଏକ ଚମତ୍କାର ଯଶୋଭୂମି ନିର୍ମାଣ କରିଛନ୍ତି । ଯଶୋଭୂମି ଯୋଗୁଁ, ଦ୍ୱାରକା ଏବଂ ଦିଲ୍ଲୀର ହଜାର ହଜାର ଯୁବକଙ୍କୁ ନିଯୁକ୍ତି ମିଳିଛି ଏବଂ ଏଠାରେ ଲୋକଙ୍କ ବ୍ୟବସାୟ ବୃଦ୍ଧି ପାଇଛି । ଆଗାମୀ ସମୟରେ, ଏହି ସମଗ୍ର ଅଞ୍ଚଳ ଏକ ସ୍ମାର୍ଟ ସିଟି ହେବ ।\’ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, \”ଗତ ୧୧ ବର୍ଷ ମଧ୍ୟରେ, ଆପଦା ସମସ୍ତଙ୍କ ସହିତ ଲଢ଼ିଛି । ସେମାନେ କେନ୍ଦ୍ର ସରକାରଙ୍କ ସହିତ ଲଢ଼ଛନ୍ତି, ସେମାନେ ହରିୟାଣାର ଲୋକଙ୍କ ସହିତ ଲଢ଼ଛନ୍ତିନ୍ତି, ସେମାନେ ୟୁପିର ଲୋକଙ୍କ ସହିତ ଲଢ଼ିଛନ୍ତି, ସେମାନେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ ବାକୁ ଦିଅନ୍ତି ନାହିଁ । ଯଦି କେବଳ ଆପଦା ଲୋକ ଦିଲ୍ଲୀରେ ରହିବେ, ତେବେ ବିକାଶ କ୍ଷେତ୍ରରେ ଦିଲ୍ଲୀ ପଛୁଆ ରହିବ ।\’ ପିଏମ ମୋଦି କହିଛନ୍ତି, \”ବିଧାନସଭାର ପ୍ରଥମ ଅଧିବେଶନରେ, ସିଏଜି ରିପୋର୍ଟ ଉପସ୍ଥାପିତ ହେବ । ଏହି ରିପୋର୍ଟ ଆପଦାର ଦୁର୍ନୀତିଗୁଡ଼ିକୁ ପ୍ରକାଶ କରିବ, ସେମାନେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ମୁଁ ଦିଲ୍ଲୀର ଲୋକଙ୍କ ଉତ୍ସାହ ଦେଖିଛି ଏବଂ ଆମେ ଆପଦା ପ୍ରତି ସେମାନଙ୍କର ଘୃଣା ମଧ୍ୟ ଦେଖିପାରୁଛୁ । ଆପର ନେତାମାନେ କେବଳ ମିଥ୍ୟା ପ୍ରଚାର କରନ୍ତି ।

Leave A Reply

Your email address will not be published.