ଦିବଙ୍ଗତ ସହକାରୀ ଶିକ୍ଷକ ତଥା କାରୋନ ଯୋଦ୍ଧା ସ୍ବର୍ଗତ ଅରୁଣ କୁମାର ଲେଙ୍କାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

133

ରାୟଗଡା:- କରୋନା ସମୟରେ ବିଭିନ୍ନ ବିଭାଗର କର୍ମଚାରୀ, ସାମ୍ବାଦିକ, ସମାଜସେବୀ ନିୟୋଜିତ ରହି କାରୋନାର ମୁକାବିଲା କରିବା ସହ ଜିଲ୍ଲାକୁ କାରୋନା ମୁକ୍ତ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଜାରି ରଖ୍ ଜିଲ୍ଲା ପ୍ରଶାସନକୁ ଏ ସଫଳ କରାଇଛନ୍ତି । ଡା:୧୮.୮.୨୦୨୦ ତାରିଖ ଦିନ କାରେନା କାର୍ଯ୍ୟରତ ଦିବଙ୍ଗତ ସହକାରୀ ଶିକ୍ଷକ ଅରୁଣ କୁମାର ଲେଙ୍କାଙ୍କ ମୃତ୍ୟୁ ହୋଇଥିଲା । ଓଡିଶା ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିବଙ୍ଗତ ସହକାରୀ ଶିକ୍ଷକ ଅରୁଣ କୁମାର ଲେଙ୍କାଙ୍କ ପରିବାରବର୍ଗଙ୍କୁ ପଚାଶ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ରାୟଗଡ଼ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଦିବଙ୍ଗତ ଶିକ୍ଷକ ତଥା କାରୋନ ଯୋଦ୍ଧା ସ୍ବର୍ଗତ ଅରୁଣ କୁମାର ଲେଙ୍କାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିବା ସହ ଶୁକ୍ରବାର ତାଙ୍କ ସ୍ତ୍ରୀ ସୌଦାମିନୀ ଲେଙ୍କାଙ୍କୁ ସହାୟତା ରାଶି ହସ୍ତାନ୍ତର କରିଛନ୍ତି । ପଚାଶ ଲକ୍ଷ ଟଙ୍କାର ମଞ୍ଜୁରୀ ଆଦେଶ ସୌଦାମିନୀଙ୍କୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯିବା ସହ ଉକ୍ତ ସହାୟତା ରାଶି ସିଧା ସଳଖ ସୌଦାମିନୀ ଲେଙ୍କାଙ୍କ ବ୍ୟାଙ୍କ ପାସବହିକୁ ସ୍ଥାନାନ୍ତର କରାଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଉପସ୍ଥିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ନୋନା ପ୍ରଦାନ କରିବା ସହ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ଓ ସହଯୋଗ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇଥଲେ । ସହାୟତା ମଞ୍ଜୁରୀ ଆଦେଶ ପ୍ରଦାନ ସମୟରେ ରାୟଗଢ଼ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ରାୟଗଡ଼ ଜିଲ୍ଲା ଶିକ୍ଷା ଅଧୁକାରୀ ପୂର୍ଣଚନ୍ଦ୍ର ବରିହା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀ ବସନ୍ତ କୁମାର ପ୍ରଧାନ, ରାୟଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧ୍ବକାରୀ ରଜନୀକାନ୍ତ ସାମନ୍ତରାୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ଅଧୁକାରୀ ସୁକାନ୍ତ କୁମାର ପ୍ରଧାନ,ରାୟଗଡ଼ ବ୍ଲକ କୋବିତ ନୋଡାଲ ଅଧୁକାରୀ ଗୋପାଳ ପଣ୍ଡା ଓ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କାରୋନାରେ ମୃତ ଅରୁଣ କୁମାର ଲେଙ୍କ ନିମନ୍ତେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଚାକିରି ପ୍ରଦାନ ନିମନ୍ତେ ପ୍ରଶାସନ ନିକଟରେ ଅନୁରୋଧ ଜଣାଇଥିଲେ । ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧ୍ୟକାରୀ ରାଜେନ୍ଦ୍ର ମାଝି ଓ ଗୋଷ୍ଠୀ ଶିକ୍ଷା ଅଧୂରୀ ରଜନୀ କାନ୍ତ ସାମନ୍ତ ରାୟ ଦିବଙ୍ଗତ ଅରୁଣ କୁମାର ଲେଙ୍କା କୁ କୋବିଜ ଯୋଦ୍ଧ ଘୋଷଣା କରିବା ସହ ତାଙ୍କ ପରିବାର ବର୍ଗ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରମାଣ ପତ୍ର ସହ ଦରଖାସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ପ୍ରେରଣ କରିଥିଲେ । ଅରୁଣକୁ କାରୋନା ଯୋଦ୍ଧ ଘୋଷଣା ସହ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନରେ ରାୟଗଢ଼ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ର ଅକୁଣ୍ଠ ଭଦ୍ୟମକୁ ରାୟଗଡବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.