କୋମଳ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

160

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରୀ ପଞ୍ଚାୟତ ଦାମୋଦରପୁର ଗ୍ରାମର ପ୍ରଫୁଲ ନାୟକଙ୍କ ଝିଅର ପୁଅ ନାତି ତଥା ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶଙ୍ଗପୁର ଗ୍ରାମ କଳନ୍ତିରା ଜୋରକୁଳ ଗ୍ରାମର ଗୌତମ ସ୍ଵାଇଁଙ୍କ 8 ବର୍ଷ ବୟସର ପୁଅ ଜନ୍ମରୁ ତାଙ୍କର ନାଭି ପାଖରେ ବିକୃତ ଯଉନାଙ୍ଗ ଥିବା ବେଳେ ଅନବରତ ପରିଶ୍ରା ବାହାରୁଛି । ଗୌତମ ପୁଅକୁ ଚିକିତ୍ସା କରିବା ପାଇଁ କଟକ ଶିଶୁଭବନର ଡାକ୍ତରଖାନାରେ ଦେଖାଇଥିଲେ ମଧ୍ୟ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରିପାରିନଥିଲେ ଡାକ୍ତରଙ୍କ କହିବା ଅନୁସାରେ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବା ବେଳେ ନିଜର ଆର୍ଥିକ ସ୍ଥିତି ଖରାପ ଥିବାରୁ ତଥା,ପିଲାର ମାର ବାପ ଘର ପରିସ୍ଥିତି ଖରାପ ଥିବାରୁ, ଶେଷରେ ନିରାଶ ହୋଇ ଗଣମାଧ୍ୟମ ଦ୍ବାରା ରାଜ୍ୟ ସରକାରଙ୍କୁ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନକୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାନ୍ତି ତାହାଲେ ସେ ଏକ ନୂଆ ଜୀବନ ପାଇପାରନ୍ତା ବୋଲି ପିଲାର ମା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.