ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଗୋପାଳ ବାଡ଼ିରେ କୁଟିଖାଅ,କାଟି ପିନ୍ଧ ଗାନ୍ଧୀଜିଙ୍କ ଏହି ଡାକରାକୁ ବଣ ପାହାଡ଼ ଘେରା ରାୟଗଡା ଜିଲ୍ଲାରେ ପହଂଚାଇଥିଲେ ସନ୍ଥ ଵିନୋବଭାବେ। ଚରଖା ଚଲାଇ ଭୁଦାନ ଗ୍ରାମ ଦାନ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ରାୟଗଡା ଜିଲ୍ଲା ଗୋପାଳ ବାଡ଼ି ଗ୍ରାମରୁ.ଗୋପାଳନ ସହ ଚାଷ ବାସ କରି ସ୍ଥାନୀୟ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଗଢ଼ିଥିବା ଅନୁଷ୍ଠାନ ଏଵେ ବିଲୁପ୍ତ ପ୍ରାୟ ଅବସ୍ଥାରେ। ୧୦୦ ଏକର ଜମିରେ ଗଢିଉଠିଥିବା ଭୁଦାନ ଆନ୍ଦୋଳନ ର ଏ ନ୍ତୁଡ଼ିଶାଳ ଗୋପାଳବାଡ଼ି ଏଵେ ଭୁତକୋଠିରେ ପରିଣତ ହୋଇଛି। ୧୯୫୫ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭୁଦାନ ଆନ୍ଦୋଳନର ନେତୃତ୍ୱ ନେଇ ଏଠାକୁ ଆସିଥିଲେ ସନ୍ଥ ବିନବଭାବେ। ରାୟଗଡାରେ ପହଂଚିବାପରେ ଏଠାରେ ପଦଯାତ୍ରା କରିବା ସହ ସ୍ଥାନୀୟ ଆଦିବାସୀଙ୍କ ସାମାଜିକ ଓ ଅର୍ଥନ୍ୟଟିକ ସ୍ଥିତିରେ ପରିବର୍ତନ ପାଇଁ ଗୋପାଳ ବାଡ଼ିରେ ୧୦୦ ଏକର ପରିମିତ ଜମିରେ ଆରମ୍ଭ କରିଥିଲେ। ଚରଖା ଚଲାଇ ସୁତାକଟା ଓ ଗୋପାଳନ କାର୍ଯ୍ୟକ୍ରମ.ପରବର୍ତୀ ସମୟରେ ଅଖିଳ ଭାରତ ସେବା ସଂଘ ଏହାର ଦାୟିତ୍ୱ ନେବା ପରେ ଉନ୍ନତିକରଣ ପାଇଁ ୧୯୫୯ ମସିହାରେ କେନ୍ଦ୍ରସରକାର ଗୋପାଳବାଡ଼ିର ଉନ୍ନତିପାଇଁ ୯୪ ଲକ୍ଷ ଟଙ୍କାର ଅନୁଦାନ ଦେବାସହ ଏହାର ଦାଇତ୍ୱ ମହାରାଷ୍ଟ୍ରର ଆନ୍ନାସାହେବ ସହସ୍ରବୁଦ୍ଧେଙ୍କୁ ଦିଆଯାଇଥିଲା। ଏହି ଅନୁଦାନରେ ଗୋପାଳବାଡ଼ିରେ ଗୋପାଳନ କେନ୍ଦ୍ର, ଚାଷର ଉନ୍ନତି ପାଇଁ କୂଅ ପୋଖରୀ ଖୋଲିବା, ଚରଖାରେ ଲୁଗାକାଟିବା ସହ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। କାଳକ୍ରମେ ଅନୁଦାନ ବନ୍ଦ ହେବା ଫଳରେ ବନ୍ଦ ହରଜାଇଛି ଏହି ଅନୁଷ୍ଠାନ। ଦୀର୍ଘ ବର୍ଷ ଧରି ପଡିରହିବା ପରେ ଏବେ ଲୁପ୍ତପ୍ରାୟ ହେବାକୁ ଯାଉଛି । ଦିନେ ଗୋପାଳନ ସହ ଚାଷ ବାସରେ ସମ୍ବରୁଧ ଥିବା ଏହି ଅନୁଷ୍ଠାନ ଏବେ ଇତିହାସ ପାଲଟିବାକୁ ଯାଉଛି । ଏଠାରେ ନିର୍ମିତ ଘରଦ୍ୱାର ସବୁ ଭାଙ୍ଗି ଭୁଶୁଡି ଯାଇଛି। ଏହି ଅନୁଷ୍ଠାନ ୧୦୦ ଏକର ଜମିରୁ କିଛି ଭୂମିହୀନଙ୍କୁ ବାଣ୍ଟି ବର୍ତମାନ 26 ଏକର ବଞ୍ଚିଛି ବୋଲି ପୂର୍ବତନ କର୍ମଚାରୀ ରାଧାଶ୍ୟାମ ବେହୁରୀଆଙ୍କ ମତ.ଅନୁଦାନ ବନ୍ଦହେବାପରେ ଏବେ ଉକ୍ତଳ ଖଦୀମଣ୍ଡଳ ତତ୍ଵାବଧାନରେ ରହିଛି ଏହି ଅନୁଷ୍ଠାନର ସମ୍ପତି ।ତେବେ ଏଠାରେ ଏକ ଵୃଦ୍ଧାଶ୍ରମ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବା ଖଦୀମଣ୍ଡଳ ପକ୍ଷରୁ କୁହାଯାଇଥିବାବେଳେ ସରକାର ଗୋପାଳବାଡ଼ିର ପୁନଃରୁଦ୍ଧାର ପାଇଁ ଦାବିକରିଛନ୍ତି ସ୍ଥାନୀୟ ଲୋକେ।
Sign in
Sign in
Recover your password.
A password will be e-mailed to you.