ଛତ୍ରପୁର,: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ କରାଯାଇଥିବା ଓଡିଆ ପକ୍ଷ,୨୦୨୫ ପାଳନ ଅବସରରେ ବଣ୍ଟନ ଏହି ବର୍ଣ୍ଣବୋଧଟି ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ଯାହା ୧୮୯୫ ମସିହାରେ ପ୍ରକାଶିତ ହୋଇଥିଲା । ପୁନର୍ବାର ଲେଖକଙ୍କ ଦ୍ୱାରା ୧୯୧୨ ଭିତରେ ଅନେକବର ପରିବର୍ତ୍ତନ କରଯାଇଥିଲା । ୧୯୦୧ ସଂସ୍କରଣ ବର୍ଣ୍ଣବୋଧର ଏହା ହେଉଛି ୨୦୨୫ରେ ଏକ ନୂତନ ସଂସ୍କରଣ । ଏହି ସଂସ୍କରଣରେ ପୂର୍ବ ପୁସ୍ତକରେ ରହି ଯାଇଥିବା ମୁଦ୍ରଣ ତ୍ରୁଟିକୁ ସଂଶୋଧନ କରାଯାଇଛି ଏବଂ କିଛି ନୂଆ ଛବି ଏଥିରେ ସ୍ଥାନିତ ହୋଇଛି । ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପୁସ୍ତକ ଭବନ, ଭୁବନେଶ୍ୱର ଦ୍ୱାରା ମୁଦ୍ରିତ ଏହି ନୂତନ ସଂସ୍କରଣ ବର୍ଣ୍ଣବୋଧ ସୋମବାର ଓଡିଶା ପକ୍ଷ -୨୦୨୫ ର ସପ୍ତମ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ପାଳନ କରି ବଣ୍ଟନ କରାଯାଇଛି । ବ୍ରହ୍ମପୁର ସହରର କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ, ହିଲପାଟଣାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସିଟି ହାଇସ୍କୁଲରେ ଏକ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ / ଶିକ୍ଷକଙ୍କ ଗହଣରେ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ଚାଚା ନେହେରୁ କ୍ଲଷ୍ଟର ସିଆରସିସି ବାଙ୍କ ପ୍ରଧାନଙ୍କ ଗହଣରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇ ବର୍ଣ୍ଣବୋଧର ଆବଶ୍ୟକତା, ବର୍ଣ୍ଣବୋଧର ପ୍ରକାଶିତ ବିଭିନ୍ନ ଛବି ଓ ପଶୁପକ୍ଷୀଙ୍କ ସମ୍ପର୍କରେ ଅବଗତ ଏହା କୋମଳମତି ଛାତ୍ରଛାତ୍ରୀଙ୍କୁ ପଠନର ଆକୃଷ୍ଟ କରିବା ସହିତ ଏହାର ଉପାଦେୟ ସମ୍ପର୍କରେ ଜଣାଇଥିଲେ । ମେଡିକାଲ କ୍ୟାମ୍ପସ ପ୍ରଧାନ ଶିକ୍ଷୟିତ୍ରୀ ତଥା ଏଡିଇଓ ପ୍ରଭାତୀ ମହାପାତ୍ର, ନିତ୍ୟାନନ୍ଦ ଦାସ, ବିଜୟ କୁମାର ପାଢୀ, ଟି.ଲଡୁକିଶୋର ପାତ୍ର, ବିପିନ ବିହାରୀ ପାଠୀ, ସିଆରସିସି, ଭଗବାନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବା ବେଳେ ହିଲପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ, ହିଲପାଟଣାଠାରେ ସୁସ୍ମିତା ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଗାୟତ୍ରୀ ପାଣିଗ୍ରାହୀ, ସଞ୍ଜୁକ୍ତା ସାମନ୍ତରାୟ,
ସି.ଆରସିସି ବାଙ୍କ ପ୍ରଧାନ ସିଟି ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ, ପନ୍ନଗ ଭୂଷଣ ମାଝୀ, ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ ଏନସିସି ଅଧିକାରୀ ଗୋପାଳକୃଷ୍ଣ ମିଶ୍ର ଅଶୋକ ପଟ୍ଟନାୟକ, ନୀଳାମ୍ବର ଦାସ, ନିରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post