ପୁରୀ, : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦିତ ହେବ । ଏଥିପାଇଁ ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧୦ ଓ ୧୧ ତାରିଖ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଉପରୋକ୍ତ ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ । ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୭ ତାରିଖ ଠାରୁ ରତ୍ନ ଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ୩ମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଏଏସଆଇ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ନିର୍ଦ୍ଦିଷ୍ଟ କେତେକ ଛୁଟି ଦିବସରେ ଦର୍ଶ ନାର୍ଥୀଙ୍କ ଭିଡକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତି ସମ୍ପାଦନ ଲାଗି ରତ୍ନଭଣ୍ଡାର ମରାମତି କାମ ବାରମ୍ବାର ବାଧା ପ୍ରାପ୍ତ ହେଉଥିବାରୁ ଏହି ଅବଧି ବୃଦ୍ଧି କରିବାକୁ ଏଏସଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଏସଆଇର ପ୍ରସ୍ତାବକୁ ବିଚାରକୁ ନିଆଯାଇ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି ଶେଷ କରିବାକୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.